ଓଡ଼ିଶା

ଅଙ୍ଗନୱାଡ଼ି କେନ୍ଦ୍ରରେ ଏସ୍ .ଏନ୍ .ପି. ର ଦର ବଜାର ଦର ଅନୁସାରେ ଧାର୍ଯ୍ୟ ଦାବିରେ ସେପ୍ଟେମ୍ବର ୪ ବିଧାନସଭା ସମ୍ମୁଖରେ ବିକ୍ଷୋଭ, ଜେଲଭରୋ

ଭୁବନେଶ୍ୱର, ୧.୯ (ଓଡ଼ିଆ ପୁଅ)- : ଅଙ୍ଗନୱାଡ଼ି କେନ୍ଦ୍ରରେ ପ୍ରାକ୍ ବିଦ୍ୟାଳୟ ଶିଶୁଙ୍କୁ ଗରମ ରନ୍ଧାଖାଦ୍ୟ ଓ ଗର୍ଭବତୀ, ପ୍ରସୂତି ଓ ୭ ମାସରୁ ୩ ବର୍ଷର ଶିଶୁଙ୍କ ପାଇଁ (ଟି.ଏଚ୍ .ଆର୍ .) ଖାଦ୍ୟ ଘରକୁ ନେବାପାଇଁ ଯେଉଁ ଦର ଧାର୍ଯ୍ୟ ସରକାର କରିଥିଲେ, ଅଙ୍ଗନୱାଡ଼ି କର୍ମଚାରୀ ୟୁନିୟନ୍ ସଂଯୁକ୍ତ ମୋର୍ଚ୍ଚା ତରଫରୁ ବିଭିନ୍ନ ସମୟରେ ଆନ୍ଦୋଳନ ସମୟରେ ଏସ୍ .ଏନ୍ .ପି. ଓ ଟି.ଏଚ୍ .ଆର୍ . ର ଦରବୃଦ୍ଧି, ବଜାର ଦର ଅନୁସାରେ ଧାର୍ଯ୍ୟ ପାଇଁ ଦାବି କରିଆସୁଥିଲେ। ଫଳରେ ସରକାର ଡିସେମ୍ବର ମାସରେ ୬ ମାସରୁ ୬ ବର୍ଷର ଶିଶୁଙ୍କ ପାଇଁ ୬ ଟଙ୍କାରୁ ୮ ଟଙ୍କା, ଗର୍ଭବତୀ ଓ ପ୍ରସୂତୀ ମା’ଙ୍କ ପାଇଁ ୭ ଟଙ୍କାରୁ ଟ. ୯.୫୦ ପିଓା ଏବଂ ଅପପୁଷ୍ଟି ଶିଶୁମାନଙ୍କ ପାଇଁ ୯ ଟଙ୍କାରୁ ୧୨ ଟଙ୍କା ଧାର୍ଯ୍ୟ କରିଛନ୍ତି।

ରାଜ୍ୟ ସରକାର ଏହାର ଖାଦ୍ୟ ସାରଣୀ (ମେନୁ) ତିଆରି କରି ଜୁଲାଇ ୧୫ ତାରିଖଠାରୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି। ନିର୍ଦ୍ଦେଶନାମାରେ ପୂର୍ବରୁ ଏସ୍ .ଏନ୍ .ପି.ରେ ଜଳଖିଆ ବାବଦ ପ୍ରଦାନ କରାଯାଇଥିବା ୧ ଟଙ୍କାକୁ ଟ. ୧.୫୦ ପଇସାକୁ ବୃଦ୍ଧି କରିବା ସହ ଚାଉଳ ବାବଦ ଟ. ୦.୩୦ ପଇସା, ଯାହାକି ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଛି, ଉପରୋକ୍ତ ଦେୟ ଗଲାପରେ ଅବଶିଷ୍ଟ ଟ. ୬.୨୦ ପଇସା ରହୁଥିବା ବେଳେ ପୂର୍ବରୁ ଯୋଗାଯାଉଥିବା ସପ୍ତାହକୁ ୩ ଦିନ ପରିବର୍ତ୍ତେ ୫ ଦିନ ଅଣ୍ଡା ରାନ୍ଧିବା ପାଇଁ ନିର୍ଦ୍ଦେଶନାମା ଦେଇଛନ୍ତି।

ପ୍ରକାଶ ଥାଉକି ଜଳଖିଆ ଓ ଚାଉଳ ବାବଦେ ଦେୟ ବାଦ୍ ଦେଲେ ଅଣ୍ଡା ତରକାରୀ, ଜାଳେଣୀ, ତେଲ ମସଲା, ପରିବା ବାବଦେ ଟ. ୬.୨୦ ପଇସା ରହୁଛି। ଏହି ରୋଷେଇ ପାଇଁ ଆନୁସଙ୍ଗିକ ଉପରୋକ୍ତ ପଦାର୍ଥର ଦର ରାଜ୍ୟ ତରଫରୁ ଧାର୍ଯ୍ୟ ନ ହୋଇ ଜିଲ୍ଲା ସ୍ତରରେ ଛାଡ଼ିଦିଆଯାଇଛି। ଫଳରେ ବିଭିନ୍ନ ଜିଲ୍ଲାରେ ସମାନ ପ୍ରକାର ଦରଧାର୍ଯ୍ୟ କରାଯାଇ ନାହିଁ।

ଅନୁରୂପ ଭାବେ ଗର୍ଭବତୀ ଓ ପ୍ରସୂତୀ ଓ ସାତ ମାସରୁ ତିନି ବର୍ଷରୁ ଶିଶୁଙ୍କୁୁ ଟି.ଏଚ୍ .ଆର୍ . ରେ ସିଝା ଅଣ୍ଡା ପ୍ରଦାନ ଦାୟିତ୍ୱ ଅଙ୍ଗନୱାଡ଼ି କର୍ମୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଚି। ଅଣ୍ଡା ପାଇଁ ସ୍ପଷ୍ଟ ନିର୍ଦ୍ଦେଶନାମା ନଥିବାରୁ ଜିଲ୍ଲା ଓ ପ୍ରକଳ୍ପ ସ୍ତରରେ ବଜାର ଦରଠାରୁ କମ୍ ଦର ଧାର୍ଯ୍ୟ କରାଯାଇଛି।

ଦୈନନ୍ଦିନ ବଜାର ଦର ହୁହୁ ହୋଇ ବଢ଼ୁଥିବା ବେଳେ ସରକାର ଏସ୍ .ଏନ୍ .ପି. ଓ ଅନ୍ୟାନ୍ୟ ଦେୟ ବୃଦ୍ଧି କରିଥିଲେ ମଧ୍ୟ ବାସ୍ତବତାକୁ ବିଚାର ନ କରି ଖାଦ୍ୟର ପରିମାଣ ବୃଦ୍ଧି କରିଛନ୍ତି, ଯାହା ସମ୍ପୂର୍ଣ୍ଣ ଭାବରେ ଅବସ୍ତବ। ଅଣ୍ଡା ତରକାରୀ ଏବଂ ସିଝା ଅଣ୍ଡା ପ୍ରଦାନ, ଜାଲେଣୀ ମସଲା, ପ୍ରଦାନ କରିବା ଉକ୍ତ ଧାର୍ଯ୍ୟ ଦର ଅନୁସାରେ ରନ୍ଧାଖାଦ୍ୟ ପ୍ରଦାନ କରିବା କଷ୍ଟସାଧ୍ୟ। ଅନୁରୂପ ଭାବେ ବର୍ତ୍ତମାନ ରନ୍ଧନ ଓ ଅଣ୍ଡା ବଣ୍ଟନ ଦେୟ ନିୟମିତ ଭାବରେ କର୍ମୀଙ୍କ ଜମାଖାତାକୁ ପ୍ରଦାନ କରାଯାଉ ନାହିଁ।

ସରକାରଙ୍କ ବର୍ତ୍ତମାନ ମେନ୍ୟୁ ନିର୍ଦ୍ଧାରଣ ଅଙ୍ଗନୱାଡ଼ି କର୍ମୀଙ୍କୁ ଆର୍ଥିକ ବୋଝ ସଦୃଶ। ଦୈନନ୍ଦିନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ଘଟୁଛି। ଯଦି ଉପରୋକ୍ତ ମେନୁରେ ରନ୍ଧନ ଖଶଦ୍ୟ ପ୍ରଦାନ କରାଯାଏ, ତାହାହେଲେ ଅଙ୍ଗନୱାଡ଼ି କର୍ମୀ ଆର୍ଥିକ ବୋଝ ପଡ଼ିବ। ଏ ସମ୍ପର୍କରେ ଗତ ଜୁଲାଇ ୯ ତାରିଖ ଅଙ୍ଗନୱାଡ଼ି କର୍ମଚାରୀ ୟୁନିୟନ୍ ସଂଯୁକ୍ତ ମୋର୍ଚ୍ଚା ତରଫରୁ ଅନୁଷ୍ଠିତ ବିକ୍ଷୋଭ ସମୟରେ ମାନ୍ୟବର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ସଚିବାଳୟ ପ୍ରକୋଷ୍ଠରେ ସଂଯୁକ୍ତ ମୋର୍ଚ୍ଚାର ପ୍ରତିନିଧି ଓ ନିର୍ଦ୍ଦେଶକ, ଯୁଗ୍ମ ସଚିବଙ୍କ ଉପସ୍ଥିତିରେ ଏହାର ପୁନଃବିଚାର ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହା ଉପରେ କୌଣସି ନିର୍ଦ୍ଦେଶନାମା ପ୍ରକାଶ ପାଇଲା ନାହିଁ। ପରନ୍ତୁ ନୂତନ ମେନୁରେ କାର୍ଯ୍ୟ କରିବା ପାଇଁ ଜିଲ୍ଲା ଓ ପ୍ରକଳ୍ପ ସ୍ତରରେ ବାଧ୍ୟ କରାଯାଉଛି ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ଧମକ ଦିଆଯାଉଛି।

ତେଣୁ ବାସ୍ତବତାକୁ ବିଚାର କରି ଏସ୍ .ଏନ୍ .ପି. ର ଦର ସଂଶୋଧନ, ପୂର୍ବରୁ ସହମତି ହୋଇଥିବା ଦାବି ଅଙ୍ଗନୱାଡ଼ି କର୍ମୀଙ୍କୁ ସୁପରଭାଇଜର ପ୍ରମୋସନ ୩୦%ରୁ ୫୦%କୁ ବୃଦ୍ଧି, ସହାୟିକାଙ୍କ ପଦୋନ୍ନତି, ଗ୍ରୀଷ୍ମକାଳୀନ ଛୁଟି, ୬୦ ବର୍ଷ ବହିଷ୍କାର ଅବଧିକୁ ୬୫ ବର୍ଷକୁ ବୃଦ୍ଧି, ୬ ପ୍ୟାକେଜ୍ ବ୍ୟତୀତ ଅନ୍ୟ ପ୍ୟାକେଜ୍ ରେ କାମ ନ କରିବା, ଜିଲ୍ଲାସ୍ତରୀୟ କମିଟିର ପୁନର୍ଗଠନ ସମେତ ମିନି ଅଙ୍ଗନୱାଡ଼ି କେନ୍ଦ୍ରକୁ କେନ୍ଦ୍ରରେ ପରିଣତ କରିବା ଏବଂ ମିନି ଅଙ୍ଗନୱାଡ଼ି କେନ୍ଦ୍ରରେ ସହାୟିକା ନିଯୁକ୍ତି, ପ୍ରକଳ୍ପ ସ୍ତରରେ ଆପୋଷ ବଦଳି, ଗାଁ କଲ୍ୟାଣ ସମିତିରୁ ଅଙ୍ଗନୱାଡ଼ି କର୍ମୀଙ୍କୁ ବାଦ୍ ଦେବା, କେନ୍ଦ୍ର ସରକାରଙ୍କ ସୁପାରିଶ୍ ଯଥା – ଏ.ଏନ୍ .ଏମ୍ ., ପ୍ରାଥମିକ ଶିକ୍ଷକ, ଅନ୍ୟାନ୍ୟ ଗ୍ରାମ୍ୟସ୍ତରୀୟ ସରକାରୀ ପଦବୀରେ କୋଟା ଧାର୍ଯ୍ୟ, ୪୫ରୁ ୪୬ତମ ଶ୍ରମ ସମ୍ମିଳନୀର ନିଷ୍ପତ୍ତି ଅନୁସାରେ ୱାର୍କର ମାନ୍ୟତା ଆଦି ଦାବି ନେଇ ଆଗାମୀ ସେପ୍ଟେମ୍ବର ୪ ତାରିଖ ବିଧାନସଭା ସମ୍ମୁଖରେ ବିକ୍ଷୋଭ ଓ ଜେଲଭରୋ ଅନୁଷ୍ଠିତ ହେବ। ଉକ୍ତ ଆନ୍ଦୋଳନରେ ସମସ୍ତ ଅଙ୍ଗନୱାଡ଼ି କର୍ମୀ, ସହାୟିକା ଯୋଗଦେବା ପାଇଁ ଅଙ୍ଗନୱାଡ଼ି କର୍ମଚାରୀ ୟୁନିୟନ୍ ସଂଯୁକ୍ତ ମୋର୍ଚ୍ଚା ତରଫରୁ ଆହ୍ୱାନ ଦିଆଯାଇଛି। ଏହି ଖବରଦାତା ସମ୍ମିଳନୀରେ ହରପ୍ରିୟା ସ୍ୱାଇଁ, ପ୍ରଶାନ୍ତ ପାଢ଼ୀ, ରାଧାରମଣ ଷଡ଼ଙ୍ଗୀ, ବିଷ୍ଣୁପ୍ରିୟା ଜେନା, ବିଜୟ ଜେନା, ସୌଦାମିନୀ ଦାସ, ପ୍ରଭାସିନୀ ପାଢ଼ୀ, ନମିତା ପଣ୍ଡା, ପ୍ରତିଭା ପାଲ, ସନ୍ଧ୍ୟାରାଣୀ ବାରିକ, ପ୍ରମୁଖ ଆହ୍ୱାନ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top