ଅଙ୍ଗନୱାଡ଼ି କର୍ମୀଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ ଓ ଅସଦାଚରଣ କରିଥିବା ଅଭିଯୋଗ

ବାହାନଗା/ବାଲେଶ୍ୱର, ୧୧/୦୪(ଓଡ଼ିଆ ପୁଅ/ଭଗବାନ ଦାସ)ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଳକ ବରିପଦାପଞ୍ଚାୟତର ଅଟାସପୁର ଗ୍ରାମର ମଳିକ ସାହି ଅଙ୍ଗନୱାଡ଼ିରେରେ ଆଜି ଘଟିଛି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ଏଠାରେ ଅଙ୍ଗନୱାଡ଼ି ସହାୟିକା ପାଇଁ ଗୋଟିଏ ପଦବୀ ଖାଲିପଡ଼ିଥିଲା। ଏହି ପଦବୀ ପାଇଁ ୪ଜଣ ପ୍ରାର୍ଥୀ ଆବେଦନ କରିଥିବା ବେଳେ ସେଥିରୁ ଭାରତୀ ଦାସଙ୍କୁ ଗ୍ରାମବାସୀଙ୍କ ଭୋଟ ମାଧ୍ୟମରେ ଚୟନ କରାଯାଇ ପୋଷ୍ଟିଙ୍ଗ ଲେଟର ବିଭାଗ ତରପରୁ ପଠାଯାଇଥିଲା। ଏହାପରେ ଅନ୍ୟ ୩ଜଣ ପ୍ରାର୍ଥୀ ଏହାକୁ ବିରୋଧ କରିଥିଲେ। ହେଲେ ବିବାଦୀୟ ଅବସ୍ଥା ଲାଗି ରହିଥିବା ଏହି କେନ୍ଦ୍ରରେ ଆଜି ଉଗ୍ର ରୂପ ନେଇଥିଲା। ସକାଳେ ଏହି କେନ୍ଦ୍ରର କର୍ମୀ ମାଳତୀ ମଲିକ କେନ୍ଦ୍ରରେ ପହଞ୍ଚି ପିଲାମାନଙ୍କୁ ପଢାଉଥିବା ବେଳେ ସେହିଗ୍ରାମର କରୁଣୀ ଦାସଙ୍କ ପୁଅ ମନ୍ମଥ ଦାସ, ଗୋପାଳ ମଲିକଙ୍କ ପୁଅ ବାବୁଲା ମଳିକ, ବିକର୍ତ୍ତନ ଦାସଙ୍କ ପୁଅ ଶରତ ଦାସ(ପେଟା), ନିଧିରାମ ମଳିକଙ୍କ ପୁଅ ସୁବାସ ମଳିକ, ମଧୂସୁଦନ ମଳିକଙ୍କ ପୁଅ ଗୌତମ ମଳିକ, ରୁଦ୍ର ଦାସଙ୍କ ପୁଅ ଭାସ୍କର ଚନ୍ଦ୍ର ଦାସ, ମଧୂସୁଦନ ଦାସଙ୍କ ପୁଅ ବିଦ୍ୟାଧର ଦାସ, କିଣୁ ମଳିକଙ୍କ ପୁଅବାଦଲ ମଳିକ, କୃପାସିନ୍ଧୁ ଦାସଙ୍କ ପୁଅ ପ୍ରଫୁଲ୍ଲ ଦାସ, ଘୁଣ୍ଟୁରୀ ମଳିକଙ୍କ ପୁଅ ଗଜେନ୍ଦ୍ର ମଳିକ, ମୀନତୀ ମଳିକଙ୍କ ସ୍ୱାମୀ ସୁବାସ ମଳିକଙ୍କ ସମେତ ଅନ୍ୟ କିଛି ସ୍ତ୍ରୀ ଲୋକେ ପହଞ୍ଚି ଖାତାପତ୍ର ମାଗିଥିଲେ। କର୍ମୀ ଶ୍ରୀମତୀ ମଳିକ ଖାତାପତ୍ର ଦେଖାଇ ନଥିଲେ। ଫଳରେ ତାଙ୍କୁ ପ୍ରଥମେ ମୀନତୀ ମଳିକ ଧକ୍କା ତଳେ ପକାଇଥିଲେ। ତାପରେ ଅନ୍ୟ ସଦସ୍ୟ ମାନେ ତାଙ୍କୁ ମାଡ଼ମାରି ବେହୋସ କରିବା ସହିତ ମନ୍ମଥ ଦାସ ଅସଦାଚରଣ କରିବା ସହିତ ସୁନାଚେନ ଓ ବାବୁଲା ମଳିକ କର୍ମୀ ମଳିକଙ୍କର ଜିକେଏସ ୫ ହଜାର ଟଙ୍କା ଛଡ଼ାଇନେବା, ସୁବାସ ମଳିକ ମୋବାଇଲ ଛଡ଼ାଇବା ପରେ ବଳତ୍କାର ଉଦ୍ୟମ ସହିତ କେନ୍ଦ୍ରରେ ରଖି ଚାବି ପକାଇ ଦେବା ପ୍ରଭୃତି କର୍ମୀ ଶ୍ରୀମତୀ ମଲ୍ଲିକ ଗୋପାଳପୁର ଫାଣ୍ଡିରେ ଅଭିଯୋଗ କରିଥିବାର ଜଣାପଡ଼ିଛି। ଏହାପରେ ଖବର ପାଇ ଗୋପାଳପୁର ଫାଣ୍ଡି ପୋଲିସ ବନମାଳୀ ପରିଡ଼ା ଓ ସିଡ଼ିପିଓ ପ୍ରତିସୁଧା ତ୍ରିପାଠୀ ଘଟଣାସ୍ଥଳରେ ପହଞ୍ଚି କର୍ମୀଙ୍କୁ ଉଦ୍ଧାର କରିଥିବାର ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *