ଗଞ୍ଜାମ

ଅଙ୍ଗନୱାଡି ଗୃହ ନିର୍ମାଣରେ ଅନିୟମିତତା ଅଭିଯୋଗ : ଚାରି ବର୍ଷ ପରେ ବି ଶେଷ ହେଉନି ନିର୍ମାଣ କାର୍ଯ୍ୟ

କୋଦଳା : ୨୪/୧୦ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ସରକାର ଶିଶୁ ବିକାଶ ପ୍ରକଳ୍ପ ପାଇଁ ପୁଳା ପୁଳା ଟଙ୍କା ଖର୍ଚ୍ଚ କରୁଥିବାବେଳେ ପ୍ରଶାସନିକ ଅଧିକାରୀଙ୍କ ବେପାରୁଆ ଓ ଅନିୟମିତତା ଯୋଗୁଁ ଏହା ସଠିକ୍ ରୂପାୟନ ହେଉନଥିବା ଅଭିଯୋଗ ହୋଇଛି। ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ମାଧ୍ୟମରେ ସରକାର ଶିଶୁମାନଙ୍କ ବିକାଶ ପାଇଁ ଅଙ୍ଗନୱାଡି କେନ୍ଦ୍ର ଖୋଲିବା ସହ କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ପାଇଁ ବିଭିନ୍ନ ସ୍କିମ୍ ଜରିଆରେ ଅର୍ଥ ବରାଦ କରୁଛନ୍ତି। ତେବେ ବର୍ଷ ବର୍ଷ ବିତିଯାଉଥିଲେ ମଧ୍ୟ ଗୃହ ନିର୍ମାଣ ସମ୍ପୁର୍ଣ୍ଣ ହେଉନଥିବାରୁ ଶିଶୁମାନଙ୍କ ବିକାଶ ତ ଦୂରର କଥା, କେତେବେଳେ କର୍ମୀକଂ ଘରେ ତ କେବେ ପିଣ୍ଡାବାଡରେ ଛାତ୍ରଛାତ୍ରୀ ପାଠ ପଢୁଥିବା ଦେଖିବାକୁ ମିଳୁଛି।

ବେଗୁନିଆପଡ଼ା ବ୍ଳକର ଏସ୍ ଛଚିନା ପଞ୍ଚାୟତର ମାଗୁରାଣି ଚାଞ୍ଚରାରେ ଏହିଭଳି ଅବ୍ଯବସ୍ଥା ଦେଖିବାକୁ ମିଳିଛି। ଗ୍ରାମର ଭଗାଂ ସ୍କୁଲରେ ପୂର୍ବରୁ କେନ୍ଦ୍ର ଚାଲୁଥିବା ବେଳେ ୨୦୧୫-୧୬ ଆର୍ଥିକ ବର୍ଷରେ ମନରେଗା ଓ ଆସିଡିଏସ୍ ମିଳିତ ଯୋଜନାରେ ମୋଟ ୭ ଲକ୍ଷ ଟଙ୍କା ଗୃହ ନିର୍ମାଣ ପାଇଁ ଅନୁଦାନ ଦିଆଯାଇଥିଲା। ତେବେ ୨୦୧୮ ଅକ୍ଟୋବର ଶେଷ ହେବାକୁ ବସିଲାଣି। ଏଯାଏଁ ଗୃହର ଛାତ ପଡିପାରି ନଥିବା ଦେଖିବାକୁ ମିଳିଛି। ସଂପୃକ୍ତ କାର୍ଯ୍ୟଟି ଏସ୍ ଛଚିନା ଜିପିଟିଏକଂ ନାମରେ ଥିବା ବେଳେ ମାଗୁରାଣି ଚାଞ୍ଚରାର ସନ୍ଯାସୀ ପାତ୍ର ନାମକ ଜଣେ ବ୍ୟକ୍ତି ଉକ୍ତ କାର୍ଯ୍ୟ କରୁଥିଲେ। ତେବେ ଏଯାବତ୍ ମୋଟ ୨ ଲକ୍ଷ ୯୧ ହଜାର ୯୮୧ ଟଙ୍କା ବିଲ୍ ପାସ୍ ହୋଇଥିବା କଥା ବ୍ଲକ ମୁଖ୍ୟ ଯନ୍ତ୍ରୀ କହିଛନ୍ତି ।ଏ ନେଇ ସନ୍ଯାସୀକୁଂ ପଚାରିବାରୁ ସେ ମୋଟ ୧ ଲକ୍ଷ ୫୦ହଜାର ଟଙ୍କା ପାଇଥିବା ଏବଂ ବଳକା ଟଙ୍କା ତାକଂର ଜାଲ୍ ଦସ୍ତଖତ ଜରିଆରେ ଉଠାଯାଇଥିବା ସେ କହିଛନ୍ତି।ଏ ନେଇ ସେ ପୂର୍ବରୁ ବିଡିଓଙ୍କୁ ମଧ୍ୟ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିବା ସେ ପ୍ରକାଶ କରିଛନ୍ତି। ଏଭଳି ସାଂଘାତିକ ହରିଲୁଟ୍ ଘଟଣାରେ କିଏ ସଂପୃକ୍ତ ରହିଛି ସେ ନେଇ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ନିଜେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।ଏ ସମ୍ପର୍କରେ ବେଗୁନିଆପଡ଼ା ମୁଖ୍ୟ ଯନ୍ତ୍ରୀଙ୍କୁ ପଚାରିବାରୁ ଫଲସ୍ ବିଲ୍ କୁ ଅସ୍ବୀକାର କରିବା ସହ ଘଟଣା ସମ୍ପର୍କରେ ବର୍ତ୍ତମାନ ଦାୟିତ୍ବରେ ଥିବା ଯନ୍ତ୍ରୀଙ୍କୁ କୈଫିୟତ ମାଗିଥିବା କଥା କହିଥିଲେ। ସେତେବେଳର ଯନ୍ତ୍ରୀ ଜଗତ କିଶୋର ନାୟକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରି ନାହିଁ।ଗଂଜାମ ଜିଲ୍ଲା ପ୍ରକଳ୍ପ ଅଧିକାରୀ ତୁରନ୍ତ ଘଟଣାର ତଦନ୍ତ କରି ଗୃହ ନିର୍ମାଣ ଶେଷ ହେବା ପାଇଁ ଉଦ୍ୟମ କରି ଅଭିଯୋଗର ତଦନ୍ତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top