ଜିଲ୍ଲା ପରିକ୍ରମା

ଅଙ୍ଗନୱାଡି ଖଳେନା କିଣାରେ ମହାଘୋଟାଲା

ଖଇରା, ୧୧/୫/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ରାଜ୍ୟ ସରକାର ଅଙ୍ଗନୱାଡି କେନ୍ଦ୍ରର ୩ ରୁ ୬ ବର୍ଷ କୋମଳମତି ଶିଶୁଙ୍କର ବୌଦ୍ଧିକ ଜ୍ଞାନର ବିକାଶ ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହି ଟଙ୍କା ପିଲାଙ୍କ ପାଇଁ ଖେଳନା କିଣା ଯାଉଥିବାବେଳେ ଖଇରା ବ୍ଲକରେ ଏଥିରେ ଅନିୟମିତତା ହୋଇଥିବା ପଦାକୁ ଆସିଛି। ଗତ ୨୦୧୬-୧୭ ପାଇଁ ପ୍ରତି ଅଙ୍ଗନୱାଡି କେନ୍ଦ୍ରକୁ ୫ ହଜାର ଟଙ୍କା ଓ ମିନି ଅଙ୍ଗନୱାଡି କେନ୍ଦ୍ରକୁ ୨ହଜାର ୫ଶହ ଟଙ୍କା ୨ ବର୍ଷ ପାଇଁ ଅଙ୍ଗନୱାଡି କର୍ମୀଙ୍କ ବ୍ୟକ୍ତିଗତ ଖାତାକୁ ଗତ ଡିସେମ୍ବର ୨୦୧୭ ମସିହାରେ ଆସିଥିଲା। ଏହି ଅର୍ଥରେ କର୍ମୀମାନେ ବିଭିନ୍ନ ଖେଳନା ସାମଗ୍ରୀ ଯଥା ସିନେଇଟିକ୍ କ୍ଲାଏ, ଶରୀରର ବିଭିନ୍ନ ଅଙ୍ଗର ଚିତ୍ର ଥିବା ବୋର୍ଡ, ଲୁଡୁ, ସ୍କିପିଙ୍ଗ୍ ଦଉଡି, ମାନ ଚିତ୍ର, ପଶୁପକ୍ଷୀଙ୍କ ଚିତ୍ର ଭଳି ବିଭିନ୍ନ ୩୩ ପ୍ରକାର ସାମଗ୍ରୀ କିଣିବା ପାଇଁ ନିର୍ଦ୍ଦେଶ ଦେଇ ଥିଲେ। ଓଡିଶା ସରକାର ମହିଳା ଶିଶୁ ବିକାଶ ବିଭାଗର ତା ୨୩/୧୦/୨୦୧୭ରେ ଚିଠି ନମ୍ବର ୧୮୩୦୭ ଅନୁଯାଇ ସମସ୍ତ ଜିଲ୍ଲାପାଳ ଏବଂ ଡି.ଏସ.ଡବ୍ଲ୍ୟୁ.ଓ ଏବଂ ସମସ୍ତ ସି.ଡି.ପି.ଓ ଙ୍କୁ ଚିଠି ଲେଖା ଆସିଥିଲା ବେଳେ ଏବେ ଖଇରା ବ୍ଲକରେ ଖେଳନା କିଣିବା ପାଇଁ ଅଙ୍ଗନୱାଡି କର୍ମୀଙ୍କ ଠାରୁ ବିଭିନ୍ନ ଜୋନର ସଂଘର କର୍ମକର୍ତ୍ତା ଦଲାରି ସାଜି କର୍ମୀଙ୍କ ଠାରୁ ସଂପୂର୍ଣ୍ଣ ୫ ହଜାର ଟଙ୍କା ନେଉ ଯାଇ ବାକି ଆନୁମାନିକ ଏକ ହଜାରରୁ ବାରଶହ ଟଙ୍କା ଭିତରେ ଖେଳନା କିଣି ପ୍ରଦାନ କରିଛନ୍ତି। ଏହି ଖେଳନାକୁ ନେଇ କର୍ମୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏଠାରେ ପ୍ରଶ୍ନ ଉଠୁଛି ଖେଳନା ଗୁଡିକ ବାଲେଶ୍ୱର ଜିଲ୍ଲାକୁ ଛାଡି କେଉଁ କାରଣ ପାଇଁ ମୟୁରଭଞ୍ଜ ଜିଲ୍ଲାର ବାରିପଦାରୁ କିଣା ଗଲା, କାହା ପରାମର୍ଶରେ କିଣା ଗଲା, କେଉଁ ଅଧିକାରୀଙ୍କ ନିର୍ଦ୍ଦେଶରେ କିଣାଗଲା ଏହା ତଦନ୍ତ ସାପେକ୍ଷ ଅଟେ। ଏବଂ କିଣାଯାଇ ଅଙ୍ଗନୱାଡିକୁ ଦିଆଯାଉଥିବା ଖେଳନାର ବିଲ୍ କର୍ମୀଙ୍କ ପାଖରେ ନାହିଁ। ପଚାରିଲେ କହୁଛନ୍ତି ଜ୍ୟୋତି ଅପା ଆମକୁ ବିଲ୍ ଦେଇ ନାହିାଁନ୍ତି। ଏଠାରେ ପ୍ରଶ୍ନ ଉଠେ କିଏ ସେ ଜ୍ୟୋତି ଅପା ? କେଉଁ ସଂସ୍ଥାରେ ସେ ଚାକିରି କରିଛନ୍ତି ? ବର୍ତ୍ତମାନ ସୁଦ୍ଧା ଖଇରା ବ୍ଲକର ଅଙ୍ଗନୱାଡି କେନ୍ଦ୍ର ପ୍ରାୟ ୨୯୮ ଓ ମିନି ଅଙ୍ଗନୱାଡି କେନ୍ଦ୍ର ୫୪ ଭିତରୁ ଅଧିକାଂଶ ବାରିପଦାରୁ କିଣା ଯାଇଥିବା ଖେଳନା ଜିନିଷକୁ ନେବାକୁ ରାଜି ହେଉ ନଥିବାରୁ ସଂଘର କର୍ମକର୍ତ୍ତାଙ୍କ ମାଧ୍ୟମରେ କର୍ମୀମାନଙ୍କୁ ଜୋର ଜବରଦସ୍ତ ନେବାକୁ ବାଧ୍ୟ କରାଯାଉଛି। ଯଦି କେହି ନ ନେଲା ସଂଘର କର୍ମକର୍ତ୍ତାମାନେ କର୍ମୀଙ୍କ ବିରୋଧରେ ଗୁପ୍ତ ଭାବରେ ସି.ଡି.ପି.ଓଙ୍କୁ ଜଣାଇ ଦେଉ ଥିବାର କର୍ମୀଙ୍କ ଠାରୁ ପ୍ରକାଶ। ଏହା ପରେ ସି.ଡି.ପି.ଓଙ୍କ ନିର୍ଦ୍ଦେଶ ଅନୁସାରେ ବିଭାଗିୟ ସୁପରଭାଇଜରମାନେ ଅଙ୍ଗନୱାଡି କେନ୍ଦ୍ରକୁ ଯାଇ ବିଭିନ୍ନ ପ୍ରକାର ଧମକ ଚମକ ଦେଇ କେନ୍ଦ୍ରରେ ପିଲା ଠିକ୍ ଥିଲେ ମଧ୍ୟ କମ୍ ଅଛନ୍ତି ବୋଲ କହି ଦରମା ବନ୍ଦ ସହିତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଧମକ ମଧ୍ୟ ଦେଉଛନ୍ତି। କେଉଁ କାରଣରୁ ସଂଘର କର୍ମକର୍ତ୍ତାଙ୍କୁ ଏଭଳି ସୁଯୋଗ ଦିଆଯାଉଛି ସି.ଡି. ପି. ଓ ନର୍ମଦା ଦେଓଙ୍କୁ ପଚାରିବା ପାଇଁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇପାରି ନ ଥିଲା। ଏ ନେଇ ଦାୟିତ୍ୱରେ ଥିବା ଜିଲ୍ଲ ସମାଜ ମଙ୍ଗଳ ଅଧିକାରିଣୀ ଅସ୍ତୋରିକା କାର୍କେଟାଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ। ଉପ ଜିଲ୍ଲାପାଳ ଭବତାରଣ ସାହୁ ଏ ସଂପର୍କରେ କୁହନ୍ତି ସି.ଡି.ପି.ଓ ଏବଂ ତଦନ୍ତକରୁଥିବା ଅଧିକାରିଣୀଙ୍କର ଏଭଳି ନିଷ୍ପତି ସଂପୂର୍ଣ୍ଣ ବେଆଇନ୍ ଅଟେ। ଅଙ୍ଗନୱାଡି କର୍ମୀକୁ ଖେଳନା କିଣିବାରେ ସଂପୂର୍ଣ୍ଣ ସ୍ୱାଧିନତା ଦିଆଯାଇଛି। ଏହାକୁ ଯେଉଁମାନେ ବିରୋଧ କରୁଛନ୍ତି ତଦନ୍ତ ପରେ ସେମାନଙ୍କ ବିରୋଧରେ ଦୃଢ କାର୍ଯୟାନୁଷ୍ଠାନ ନିଆଯିବ। ଏଥି ପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବା ସଂଗେ ସଂଗେ ସ୍ୱତନ୍ତ୍ର ଭାବେ ତଦନ୍ତ ଟିମ୍ ପଠାଇ ଅନୁ ସନ୍ଧାନ କରାଇବାକୁ ଜନସାଧାରଣ ଓ ବୁଦ୍ଧିଜୀବି ମହଲରେ ଦାବି କରାହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top