ଜିଲ୍ଲା ପରିକ୍ରମା

ଅଙ୍ଗନୱାଡି କେନ୍ଦ୍ରର ୪ ବର୍ଷର କଣ୍ଟିଜେନ୍ସି ଟଙ୍କା ପ୍ରଦାନରେ ଅନିୟମିତା ନେଇ ବିଏମ୍ଏସ୍ର ଅଭିଯୋଗ

ଭଦ୍ରକ, ୧୫ା୩ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ବ୍ଲକ ଅଧିନରେ ଥିବା ଅଙ୍ଗନୱାଡି କେନ୍ଦ୍ରକୁ ଗତ ୪ ବର୍ଷର କଣ୍ଟିଜେନ୍ସି ବାବଦକୁ ଆସିଥିବା ଅର୍ଥର ବ୍ୟାପକ ଅନିୟମିତା କରାଯାଇଛି ବୋଲି ଭାରତୀୟ ମଜଦୁର ସଂଘ ଭଦ୍ରକ ଜିଲ୍ଳା ତରଫରୁ ଅଭିଯୋଗ କରାଯାଇଛି । ଆଜି ଭଦ୍ରକ ସିଡିପିଓଙ୍କ କାର୍ଯ୍ୟାଳୟରେ ଅଙ୍ଗନୱାଡି କର୍ମୀଙ୍କୁ ଡକା ଯାଇ ନିମ୍ନମାନର ଜିନିଷ ସବୁ ପ୍ରଦାନ କରାଯାଉଥିବା ଖବର ପାଇ ସଂଘର କର୍ମକର୍ତ୍ତା ସେଠାରେ ପହଞ୍ଚି ଉକ୍ତ ଜିନିଷ ସବୁ କେଉଁ ସଂସ୍ଥା ଯୋଗାଇଛି ଏବଂ ଏହାର ଯୋଗାଣ ନିମନ୍ତେ କେବେ ଟେଣ୍ଡର ହୋଇଥିଲା ପଚାରିବାରୁ ସିଡିିପିଓ ଏହାର ସଠିକ ଉତ୍ତର ଦେଇ ପାରି ନ ଥିଲେ । ବାସ୍ତବରେ ୪ ହଜାର ଟଙ୍କା ସରକାରୀ ମୂଲ୍ୟର ଯେଉଁ ସବୁ ଜିନିଷ ଯୋଗାଣ କରାଯାଇଛି, ପ୍ରକୃତରେ ବଜାର ମୂଲ୍ୟ ୨ ହଜାର ଟଙ୍କାରୁ ମଧ୍ୟ କମ୍ ହେବ ବୋଲି ଅଭିଯୋଗ କରିବା ପରେ ସିଡିପିଓ ଏହାର ଜବାବ ଦେଇ ପାରି ନ ଥିଲେ । ଏହି ଜିନିଷ ଯୋଗାଣରେ ସରକାରୀ କର୍ମଚାରୀ ବ୍ୟାପକ ଅନିୟମିତା କରିଥିବା ସଂଘ ହୃଦବୋଧ କରି ଏ ସଂପର୍କରେ ରାଜ୍ୟ ଶିଶୁ ବିକାଶ ସଚିବଙ୍କୁ ଜଣାଇଥିଲେ । ଅଙ୍ଗନୱାଡି କର୍ମୀ ଗାଁ ଗହଳିରେ କାର୍ଯ୍ୟରତ ଥାଇ ବିଭିନ୍ନ ସମୟରେ ଲୋକ ପ୍ରତିନିଧି ଓ ଜନସାଧାରଣଙ୍କ ଆକ୍ରୋଶର ଶିକାର ହେଉଥିବା ବେଳେ ସରକାରୀ କର୍ମଚାରୀ କଣ୍ଟିଜେନ୍ସି ବାବଦକୁ ଯୋଗାଉଥିବା ଜିନିଷରେ ଅର୍ଥ ବାଟମାରଣା କରିବା ଘଟଣାକୁ ସଂଘ ତୀବ୍ର ନିନ୍ଦା କରିବା ସହିତ ଏହାର ତଦନ୍ତ ପାଇଁ ଦାବି କରିଛି । ନଚେତ ସଂଘ ପକ୍ଷରୁ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସଂଘର ଜିଲ୍ଲା ସଂପାଦକ ମନୋଜ ବସନ୍ତରାୟ, ସଂଗଠନ ସଂପାଦକ ମୁକ୍ତିକାନ୍ତ ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top