ଜଗତସିଂହପୁର

ଅଙ୍ଗନୱାଡି କେନ୍ଦ୍ରରେ ଅନିୟମିତତା ଅଭିଯୋଗ

ତିର୍ତ୍ତୋଲ୨୫/୦୮(ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଲିପଦା ପଞ୍ଚାୟତରେ କିଶୋରୀ ବାଳିକା ମିଶନ ଶକ୍ତି ଜରିଆରେ ଅଙ୍ଗନବାଡି ମାଧ୍ୟମରେ ପାଞ୍ଚଟି ସ୍ୱୟଂସହାୟକ ଦଳ ଗଠନ କରାଯାଇଛି। ଏହି ସ୍ୱୟଂ ସହାୟକ ଦଳ ମଧ୍ୟରୁ ଦଣ୍ଡାସାହିରେ ଥିବା ଜୟହନୁମାନ ସ୍ୱୟଂସହାୟକ ଦଳ ସମସ୍ତ କର୍ମକର୍ତ୍ତା ଓ ସଭ୍ୟା ମାନେ ଆଜି ତିର୍ତ୍ତୋଲ ସି.ଡି.ପି.ଓ ଙ୍କ ନିକଟରେ ସେମାନଙ୍କ ପାଇଁ ଆସୁଥିବା ଅନୁଦାନକୁ ଅଙ୍ଗନବାଡି କର୍ମୀ ଆତ୍ମସାତ କରୁଥିବା ନେଇ ଅଭିଯୋଗ କରିଛନ୍ତି। ଏହି ସ୍ୱୟଂ ସହାୟକ ଦଳର ସଭାନେତ୍ରୀ ପ୍ରିୟ ଦର୍ଶୀନୀ ବେହେରା, ସଂପାଦିକା ସନ୍ଧ୍ୟାରାଣୀ ଦାସ, ମମତା ଜେନା, ମଧୁସ୍ମିତା ମହାପାତ୍ର, କାଞ୍ଚନ ସ୍ୱାଇଁ, ରିଙ୍କିନା ଦାସ, ସ୍ମିତାରେଖା ସ୍ୱାଇଁ, କନକଲତା ସ୍ୱାଇଁ, ଲିଲିମା ମହାନ୍ତି, ଓଁ ସାଇରାମ ସ୍ୱୟଂସହାୟକ ଗେଷ୍ଠୀର ସଭାନେତ୍ରୀ, ରଶ୍ମିତା ଦାସ, ସଂପାଦିକା ବିଭାସିନୀ ଦାସ, ସୋନାଲି ସାମଲ, ପ୍ରିୟ ଦର୍ଶିନୀ ଜେନା, ଜୟନ୍ତୀ ସାମଲ, କଲ୍ୟାଣୀ ଦାଶ, ମାଳତୀ ବାରିକ, ପାର୍ବତୀ ବାରିକ, କବିତା ସ୍ୱାଇଁ, ଶୁଭଶ୍ରୀ ମହାନ୍ତି, ମଞ୍ଜୁଲତା ମହାନ୍ତି ବାବା ଗୋରେଖନାଥ ସ୍ୱୟଂସହାୟକ ଗୋଷ୍ଠୀର ସଭାନେତ୍ରୀ କଳ୍ପନା ରାଉତ, ସରସ୍ୱତୀ ଦାସ, ମମାଲି ରାଉତ, ତୃପ୍ତି ଦାସ, ବର୍ଷାରାଣୀ ରାଉତ ଓ ଜୟ ଜଗନ୍ନାଥ ସ୍ୱୟଂସହାୟକ ଦଳର ସଭାନେତ୍ରୀ ପୁଷ୍ପିତା ରାଉତ, ଆଶାଲତା ମହାନ୍ତି ପ୍ରମୁଖ ଆଜି ଅଭିଯୋଗ ଫର୍ଦ୍ଦ ନେଇ ପ୍ରଥମେ ତେନ୍ତୁଲିପଦା ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କୁ ଭେଟିଥିଲେ ଓ ପରେ ପରେ ତିର୍ତ୍ତୋଲ ସି.ଡି.ପି.ଓ ଙ୍କୁ ଭେଟି ଅଭିଯୋଗ ଦରଖାସ୍ତ ଦେଇଥିଲେ। ଅପରାହ୍ନରେ ସରପଞ୍ଚ ଓ ସି.ଡି.ପି.ଓ ସଂପୃକ୍ତ ଗ୍ରାମକୁ ଯାଇ ସ୍ୱୟଂ ସହାୟକ ଦଳର ସଭ୍ୟା ମାନଙ୍କ ସହିତ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ଆସନ୍ତା ଶନିବାର ଉଭୟ ଅଙ୍ଗନବାଡି କର୍ମୀ ଓ ସ୍ୱୟଂସହାୟକ ଦଳର ସଭ୍ୟାମାନଙ୍କୁ ନେଇ ବିଶଦ ଆଲୋଚନା କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ସି.ଡି.ପି.ଓ ପ୍ରତିଶୃତି ଦେଇଥିବା ସୂଚନା ମିଳିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top