ad
ଜିଲ୍ଲା ପରିକ୍ରମା

ଅଙ୍ଗନୱାଡି କର୍ମୀ ମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

ଭଦ୍ରକ, ୧୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅଙ୍ଗନୱାଡି କର୍ମୀଙ୍କ ପକ୍ଷରୁ ଦୀର୍ଘ ଦିନରୁ ହୋଇ ଆସୁଥିବା ବିଭିନ୍ନ ଦାବି ଗୁଡିକ ମଧ୍ୟରୁ ରାଜ୍ୟ ସରକାର ନିକଟରେ କେତୋଟି ଦାବିକୁ ପୂରଣ କରିଛନ୍ତି। ଏହି ଦାବି ପୂରଣ ପାଇଁ ଭଦ୍ରକ ଜିଲ୍ଲାର ଅଙ୍ଗନୱାଡି କର୍ମୀମାନେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ଭଦ୍ରକରେ ଭେଟି କୃତଜ୍ଞତା ଜଣାଇଛନ୍ତି। ଅଙ୍ଗନୱାଡି କର୍ମୀମାନଙ୍କ ପାଇଁ ରାଜ୍ୟ ସରକାର ଅବସରକାଳୀନ ପ୍ରୋତ୍ସାହନ ରାଶିର ଘୋଷଣା କରିଛନ୍ତି। ଅଙ୍ଗନୱାଡି କର୍ମୀ ଅବସର ପରେ ୨୦ହଜାର, ମିନି ଅଙ୍ଗନୱାଡି କର୍ମୀ ୧୫ ହଜାର ଓ ହେଲପର ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପାଇବେ। ଏହା ବ୍ୟତୀତ ବର୍ଷରେ ଗ୍ରୀଷ୍ମ କାଳରେ ୧୫ ଦିନ ଛୁଟି, ଖାଲି ପଡିଥିବା ସୁପରଭାଇଜର ପଦବୀର ୫୦ ପ୍ରତିଶତ ପୂରଣ କରାଯିବା, ଅବସରକାଳୀନ ବୟସ ସୀମା ୬୦ରୁ ୬୨ବର୍ଷକୁ ବୃଦ୍ଧି କରାଯିବା ସହ ଦରମା ବୃଦ୍ଧିକୁ ସ୍ୱାଗତ କରି ଅଙ୍ଗନୱାଡି କର୍ମୀମାନେ ମନ୍ତ୍ରୀଙ୍କ ଭଦ୍ରକ ଗସ୍ତ ବେଳେ ଡିଆର୍ଡିଏ କନ୍ଫରେନ୍ସ ହଲରେ ଭେଟି ତାଙ୍କୁ ପୁଷ୍ପଗୁଚ୍ଛ ଦେଇ କୃତଜ୍ଞତା ଜଣାଇଥିଲେ। ଅଙ୍ଗନୱାଡି କର୍ମୀଙ୍କ ମଧ୍ୟରେ ଭଦକ୍ର ବ୍ଳକ ନେତ୍ରୀ ଲକ୍ଷ୍ମୀପ୍ରିୟା ପାତ୍ର, କୌଶଲ୍ୟା ରାଉତ, ମଞ୍ଜୁଲତା ବାରିକ, ସତ୍ୟଭାମା ଦାସ, ଅନିତା ବିଶ୍ୱାଳ, ସ୍ମିତା ମହାନ୍ତି, ଭାରତୀ ମହାନ୍ତି, ଗାୟତ୍ରୀ ପରିଡା, ରଶ୍ମିତା ସେଠୀ, ବିଜୟଲକ୍ଷ୍ମୀ ଜେନା ପ୍ରମୁଖ ମନ୍ତ୍ରୀଙ୍କୁ ଭେଟି ଫୁଲତୋଡା ପ୍ରଦାନ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top