ଅଙ୍ଗନୱାଡି କର୍ମୀଙ୍କ ଧର୍ମଘଟ

ପାରଳାଖେମୁଣ୍ଡି, ୨୦ା୧୦(ଓଡିଆପୁଅ / ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲା ପାରଳାଖେମୁଣ୍ଡି ସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଲ ଓଡିଶା ଅଙ୍ଗନୱାଡି ମହିଳା କର୍ମଚାରୀ ସଂଘ ଗଜପତି ଶାଖା ପକ୍ଷରୁ ଏକ ଧାରଣା କାର୍ଯ୍ୟକ୍ରମ ସହ ପ୍ରତିବାଦ ସଭା ଅନୁଷ୍ଟିତ ହୋଇଥିଲା। ଜିଲାର କୋଣ ଅନୁକୋଣରୁ ବହୁ ସଂଖ୍ୟାରେ ଅଙ୍ଗନୱାଡି କର୍ମୀ ଯୋଗଦେଇ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସ୍ଲୋଗାନମାନ ଦେବା ସହ ଧାରଣାରେ ବସିଥିଲେ। ଏହି ଧାରଣା କାର୍ଯ୍ୟକ୍ରମକୁ ଜିଲା ଭାଜପା ପକ୍ଷରୁ ସମର୍ଥନ ଦିଆଯିବା ସହ ମୋହନାର ପୂର୍ବତନ ବିଧାୟକ ଭରତ ପାଇକ, ଜିଲା ସଭାପତି ଜି.ଭେଙ୍କେଟ ରାବଣା, ବାରିକ ଜେନା, ଏମ.ଗୋପାଳ ରାଓ ପ୍ରମୁଖ ଅଙ୍ଗନୱାଡି କର୍ମୀଙ୍କ ସହ ଧାରଣାରେ ଯୋଗଦେଇଥିଲେ। ସଂଘର ମୁଖ୍ୟ ଦାବିକୁ ଗୁଡିକ ହେଲା ସରାକରୀ କର୍ମଚାରୀ ମାନ୍ୟତା ଦେବା, ସୁପରଭାଇଜର ପଦବୀକୁ କେବଳ ଅଙ୍ଗନୱାଡି କର୍ମୀକୁ ପଦୋନତୀ କରିବା, ସମସ୍ତ ସହରାଞ୍ଚଳରେ ଟିଏ ଏବଂ ଡିଏ ଲାଗୁ କରିବା ଇତ୍ୟାଦି। ଦାବି ପୁରଣ ନହେଲେ ଆଗାମି ଦିନରେ ସଂଘ ପକ୍ଷରୁ ଜିଲା ବ୍ୟାପି ତଥା ରାଜ୍ୟ ବ୍ୟାପି ତିବ୍ର ଆନ୍ଦୋଳନ କରାଯିବ ବୋଲି ଜିଲା ସଂଘ ସଭାପତି ନମିତା ବୀର, ବିଜୟଲକ୍ଷ୍ମୀ ଦଳପତୀ ପ୍ରମୁଖ ଜଣାଇଥିଲେ ଦେଇଛନ୍ତି।

Leave a Reply

Your email address will not be published. Required fields are marked *