ଅଙ୍ଗନୱାଡି କର୍ମୀଙ୍କୁ କ୍ଷୁଦ୍ରଦାନା ଶସ୍ୟରୁ ଖାଦ୍ୟ ପ୍ରସ୍ତୁତି ପ୍ରଶିକ୍ଷଣ

ପାରଳାଖେମୁଣ୍ଡି, ୧୨ା୧(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲା ମୋହନା ବ୍ଳକ ଅନ୍ତର୍ଗତ ଚାନ୍ଦିପୁଟ ଠାରେ ମାଣ୍ଡିଆ ଜାତୀୟ କ୍ଷୁଦ୍ରଦାନା ଶସ୍ୟରୁ ଖାଦ୍ୟ ପ୍ରସ୍ତୁତି ସମ୍ବନ୍ଧିୟ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚାନ୍ଦିପୁଟ ଓ ଚନ୍ଦ୍ରଗିରି ଅଞ୍ଚଳର ୧୦ଟି ଅଙ୍ଗନୱାଡି କେନ୍ଦ୍ରରୁ କର୍ମୀ ଓ ପାଚିକା ସହାୟିକାମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ହାଇଦ୍ରାବାଦରୁ ଶ୍ରୀନିବାସ ରାଓ, ଭୁବନେଶ୍ୱରରୁ ରମଣୀ ରଞ୍ଜନ ଓ ଗଜପତିରୁ ପରେଶ ବେହେରା ପ୍ରମୁଖ ଉପସ୍ଥିତ ରହି ମାଣ୍ଡିଆ ଜାତୀୟ କ୍ଷୁଦ୍ରଦାନା ଶସ୍ୟର ଖାଦ୍ୟ ଗୁଣ ଓ ସରକାରଙ୍କ ସାହାଯ୍ୟ ସହଯୋଗରେ ଶିଶୁ ଓ ମହିଳାମାନଙ୍କ ପୁଷ୍ଟିହିନତା ଦୁର ପାଇଁ ଏହାର ଆବଶ୍ୟକତା ସମ୍ପର୍କରେ ବୁଝାଇଥିଲେ। ମାଣ୍ଡିଆ ଜାତୀୟ ଶସ୍ୟରୁ କାଙ୍ଗୁ ଖେଚଡି ଓ ସୁଆଁ ଭାତ ଇତ୍ୟାଦି କିପରି ତିଆରି କରାଯିବ ସେବିଷୟରେ ଶିକ୍ଷା ଦିଆଯିବା ସହ ଖାଦ୍ୟ ପ୍ରସ୍ତୁତ କରାଯାୟୀ ଅଂଶ ଗ୍ରହଣକାରୀଙ୍କ ମତାମତ ନିଆଯାଇଥିଲା। ୧୦ଟି ଅଙ୍ଗନୱାଡି କେନ୍ଦ୍ରରେ ପରିକ୍ଷା ମୁଳକଭାବେ ଖାଦ୍ୟ ପ୍ରସ୍ତୁତି ପାଇଁ କାଙ୍ଗୁ ଓ ସୁଆଁ ଚାଉଳ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୋହନା ବ୍ଳକର ଶିଶୁ ବିକାଶ ଅଧିକାରୀ କୁନ୍ତଳା କୁମାରି ନାୟକ, ସୁପରଭାଇଜର ମେନକା ଦଳେଇ, ଦମୟନ୍ତି ବେହେରା ଓ ମହିମା ମାଳି ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତଙ୍କ ସହଯୋଗରେ ଏହିପରି କାର୍ଯ୍ୟକ୍ରମରେ ସଫଳ କରିବା ପାଇଁ ଯତ୍ନବାନ ହେବାକୁ ଜିଲା ସଂଯୋଜକ ପରେଶ ବେହେରା କହିଥିଲେ।

Leave a Reply

Your email address will not be published. Required fields are marked *