ଅଙ୍ଗଦାନ ସମ୍ପର୍କୀୟ କର୍ମଶାଳା ସହ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର

ଯାଜପୁର, (ଓଡିଆ ପୁଅ/ମାନସ ରାଉତ)- ଚଣ୍ଡିଖୋଲ ବାବା ଭୈରାବନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଶନିବାର ଉଦଯାପିତ ହୋଇଯାଇଛି। ଅଙ୍ଗଦାନ ସମ୍ପର୍କୀୟ ଏକ କର୍ମଶାଳା ଓ ସଚେତନତା ଶିବିର ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. କେଦାରନାଥ ଦାସ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଅମର ପ୍ରସାଦ ଶତପଥି ମୁଖ୍ୟଅତିଥି ଭାବରେ ଯୋଗଦେଇ ପୂର୍ବତନ ବିଧାୟକ ଡ. ଜଗନ୍ନାଥ ଦାସଙ୍କର ଶରୀର ଦାନ ସମ୍ପର୍କରେ ଦୃଷ୍ଟିପାତ କରିବା ସହ ତାଙ୍କପାଇଁ ଏ ମାଟି ଗର୍ବିତ ବୋଲି କହିଥିଲେ। ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ତଥା ଅଙ୍ଗଦାନ କମିଟିର ସଭାପତି ଡ. ପ୍ରଭାସ ଆଚାର୍ଯ୍ୟ ମୁଖ୍ୟବକ୍ତା ଭାବେ ଯୋଗଦେଇ ଅଙ୍ଗଦାନ ବାଧ୍ୟତା ମୂଳକ ନୁହେଁ ବରଂ ସ୍ୱେଛାକୃତ। ମୃତ୍ୟୁ ପରେ ଜଣେ ବ୍ୟକ୍ତି ଇଛା କଲେ ଅଙ୍ଗଦାନ କରି ଅନ୍ୟର ଜୀବନ ବଂଚାଇ ପାରିବ। ଉତ୍କଳ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜାନର ସଂଯୋଜକ ଡ. ମନୋରଞ୍ଜନ ମହାନ୍ତି ଯୋଗଦେଇ ଓଡିଶା ଅଙ୍ଗଦାନ କ୍ଷେତ୍ରରେ ଆଜି ଷଷ୍ଠ ସ୍ଥାନ ଗ୍ରହଣ କରିଛି। ସେଥିପାଇଁ ଜାତୀୟ ସେବା ଯୋଜନାର ଛାତ୍ରଛାତ୍ରୀ ଓ ସ୍ୱେଚାସେବୀ ମାନଙ୍କର ଭୁିମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ପରିଚାଳନା କମିଟିର ସଭାପତି ବ୍ରହ୍ମାନନ୍ଦ ଦାସ ଓ ପୂର୍ବତନ ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ଛାତ୍ରଛାତ୍ରୀ ମାନଙ୍କୁ ଏହି ଦୁଇ କାର୍ଯ୍ୟକ୍ରମ ସମ୍ପର୍କରେ ସୁପରାମର୍ଶ ଦେଇଥିଲେ। ସଲିଳ ମହାନ୍ତି ଅତିଥି ପରିଚୟ ପ୍ରଦାନ, ସୁଜାତା ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ। ୧୨ ଦିନ ଧରି ଚାଲିଥିବା ଏହି ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷକ ଭାବେ ମୋନାଲିସା ଜେନା, ସୀମାରେଖା ବିହାରୀ, ଡଲି ବିଶ୍ୱାଳ, କୁସୁମାଞ୍ଜଳି ବିଶ୍ୱାଳ ଓ ଚିନ୍ମୟୀ ଓଝା ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *