ରାୟଗଡ଼ା

ଅଙ୍କୁଶ ଲାଗିଲା ଭାରିଯାନ ଉପରେ ।

ରାୟଗଡା ( ଓଡିଆ ପୁଅ / ସଂଗ୍ରାମ ପଟନାୟକ ) ୦୨/୦୨– ରାୟଗଡା ଦେଇ ଆନ୍ଧ୍ରପ୍ରଦେଶ କୁ ଯୋଗେଯାଗ କରୁଥିବା ଏକ ମାତ୍ର ପୋଲ ଉପରେ ଏବେ ଏକମାସ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅଙ୍କୁଶ ଲଗାଯାଇଛି । ଏ ନେଇ ପ୍ଲେକ୍ସ ବ୍ୟାନର ମାଧ୍ୟମରେ ସଚେତନତା କରାଯାଇଛି । ରାୟଗଡ ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିର ପାଖ ଝଂଜାବତୀ ପୋଲି ବହୁତ ପୁରୁଣା ହୋଇଥିବା ଏବଂ ବିପଦ ର ଆଶଙ୍କା ଥିବାରୁ ଏହି ଭଳି ନିଷ୍ପତି ନିଆଯାଇଛି । ୩୧ ଟନରୁ ଉଦ୍ଧ୍ୱର୍ ମାଲ ପରିବହନ କରୁଥିବା ଭାରିଯାନ ଗୁଡିକୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ନିଶିଦ୍ଧ ଘୋଷଣା କରାଯାଇଛି । ଏବଂ ୨୫ ରୁ ୩୧ ଟନ ପର୍ଯ୍ୟନ୍ତ ମାଲ ପରିବହନ କରୁଥିବା ଭାରିଯାନ ଗୁଡିକୁ ସକାଳ ୯ ଘଟିକା ଠାରୁ ରାତ୍ର ୯ ଘଟିକା ମଧ୍ୟରେ ଝଂଜାବତୀ ପୋଲ ଏବଂ ରାୟଗଡା ସହର ମଧ୍ୟରେ ଚଳାଚଳକୁ ନିଶିଦ୍ଧ କରାଯାଇଛି । ଏ ନେଇ ଜିଲ୍ଲା ପ୍ରଶାସନ ପ କ୍ଷରୁ ସ୍ଥାନୀୟ ଝଂଜାବତୀ ପୋଲି ନିକଟ ଏବଂ ସହରର ବିଭିନ୍ନ ସ୍ଥାନରେ ସୂଚନା ସମ୍ବନ୍ଧୀୟ ଫଳକ ଲଗାଯାଇଛି ।
ଝଂଜାବତୀ ପୋଲ ବହୁ ପୁରୁଣା ଏବଂ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ପ୍ରତି ଦିନ ଶହ ଶହ ସଂଖ୍ୟକ ଗାଡି ଏହି ପୋଲ ଦେଇ ଯାତାୟତ କରିଥାଏ । କିଛି ଦିନ ତଳେ ଝଂଜାବତୀ ପୋଲର ବିକଳ୍ପ କୁ ନେଇ ଏକ ନୂତନ ପୋଲ ନିର୍ମାଣ କରିବା ପାଇଁ ଓଡିଶା ସରକାର ନିଷ୍ପତି ନେଇଥିଲେ । ପ୍ରାୟ ୨.୫ କୋଟି ଟଙ୍କାର ଏହି ପୋଲ କାମ ଆନ୍ଧ୍ର ପ୍ରଦେଶ ଏକ କଂପାନୀ ମା ମଝିଘରିଆଣୀ ମନ୍ଦିର ନିକଟରୁ ମାଟି କାମ ଆରମ୍ଭ କରିଥିଲା । କିନ୍ତୁ ଓଡିଶା ସରକାର ଏବଂ ରେଳ ବିଭାଗ ମଧ୍ୟରେ ଜମି ଅଧିଗ୍ରହଣ ହୋଇନଥିବା ଦର୍ଶାଇ ରେଳ ବିଭାଗ ପୋଲ କାମକୁ ବନ୍ଦ କରିଦେଇଥିଲା । ବହୁ ବାଦ ବିବାଦ ସତ୍ୱେ ବର୍ତମାନ ସୁଦ୍ଧା ନୂତନ ପୋଲର କାମ ଆରମ୍ଭ ହୋଇ ପାରୁନି । ଏ ସବୁ ସମସ୍ୟାର ସମାଧାନ କେବେ ହେବ ଏବଂ ନୂତନ ପୋଲ ର ନିର୍ମାଣ କାର୍ଯ୍ୟ କେବେ ଆରମ୍ଭ ହେବ ତାହା ନେଇ କିଛି ସ୍ପଷ୍ଟ ଜଣା ପଡୁନଥିବା ବେଳେ ଏକ ମାସ ପୋଲ ବନ୍ଦ କରି ସମସ୍ୟାର ସମାଧାନ ହୋଇପାରିବ କି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top