ad
କେନ୍ଦ୍ରାପଡ଼ା

ଅଙ୍କୁର ଶିକ୍ଷା ନିକେତନର ବାର୍ଷିକ କ୍ରିଡା ଉତ୍ସବ ଅନୁଷ୍ଠିତ

କେନ୍ଦ୍ରାପଡା ୧୧/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- କେନ୍ଦ୍ରାପଡା ପୈାରାଞ୍ଚଳ ଖଡିଅଙ୍ଗ ଗ୍ରାମରେ ଥିବା ଅଙ୍କୁର ଶିକ୍ଷା ନିକେତନର ୨୭ତମ ବାର୍ଷିକ କ୍ରୀଡା ଉତ୍ସବ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କ୍ରୀଡା ଉତ୍ସବକୁ ବିଦ୍ୟାଳୟର ଅଧ୍ୟକ୍ଷ ଅମର ପ୍ରସାଦ ସିଂହ ଉଦ୍ଘାଟନ କରି ଛାତ୍ରଛାତ୍ରୀମାନେ କ୍ରୀଡା କସରତ କରିବା ସହିତ ନିୟମିତ ବାୟାମ କରିବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ କ୍ରୀଡା ପ୍ରତିଯୋଗୀତାରେ ପ୍ରାୟ ୨ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। କ୍ରୀଡା ଶିକ୍ଷକ ରାଜେନ୍ଦ୍ର ସାହୁଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କ୍ରୀଡା ପ୍ରତିଯୋଗୀତାକୁ ବିଦ୍ୟାଳୟର ଶିକ୍ଷକ ଗଣେଶ୍ୱର ସାହୁ, ରଂଜନ ରାଉତ, ସତ୍ୟରଂଜନ ସାହୁ, କିରଣମୟୀ ସିଂ, ସୁମିତ୍ରା ସାହୁ, ଲକ୍ଷ୍ମୀପ୍ରିୟା ସାହୁ, ସୁମିତ୍ରା ଦାସ, ରାଜଶ୍ରୀ ଦାସ, ପ୍ରଭାକର ବେହେରା, ରଶ୍ମିତା ବେହେରା ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀମାନେ କ୍ରୀଡା ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top