ଅଘୋଷିତ ବିଦ୍ୟୁତ କାଟର ପ୍ରତିବାଦ: ଟାୟାର ଜାଳି ରାଜପଥ ଅବରୋଧ

ପୁରୀ:୧୪/୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ମୁକୁନ୍ଦମିଶ୍ର ନଗର ଛକରେ ନ୍ୟାସନାଲ ଅବରୋଧ। ବାରମ୍ବାର ବିଦ୍ୟୁତ କାଟ୍ ପ୍ରତିବାଦରେ ଅତିଷ୍ଠ ନୀଳଚକ୍ରନଗର ବାସିନ୍ଦା ମୁକୁନ୍ଦ ମିଶ୍ର ନଗରରେ ଥିବା ସେସୁ କାର୍ଯ୍ୟାଳୟ ସମ୍ମୁଖରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଶତାଧିକ ବାସିନ୍ଦା ରାସ୍ତା ଉପରେ ରୁଣ୍ଡ ହୋଇ ବିଦ୍ୟୁତ କାଟ୍ର ତୀବ୍ର ବିରୋଧ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଫଳରେ ଏହି ମୂହୁତ୍ତ୍ୱର୍ ପାଇଁ ଏହି ରାସ୍ତାରେ ଯାନବାହନ ଚଳାଚଳରେ ବ୍ୟାଘତ ସୃଷ୍ଟି ହୋଇଥିଲା। ରାସ୍ତା ଅବରୋଧ ଯୋଗୁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଦୀର୍ଘ ୫ଦିନ ହେବ ନୀଳଚକ୍ର ନଗର ସମେତ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ବିଦ୍ୟୁତ୍ କାଟ ହେଉଥିବାରୁ ଏହାର ପ୍ରଭାବ ଅଞ୍ଚଳବାସୀଙ୍କ ଉପରେ ପଡିଛି। ବାରମ୍ବାର ସେସୁ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଜଣାଇଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଯୋଗୁ ବାଧ୍ୟ ହୋଇ ବାସିନ୍ଦାମାନେ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି। ସଦରଥାନା ପୁଲିସ ଓ ସେସୁ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୁତ ହୋଇଥିଲା।

Leave a Reply

Your email address will not be published. Required fields are marked *