ଜିଲ୍ଲା ପରିକ୍ରମା

ଅଘୋଷିତ ବିଦ୍ୟୁତ୍ କାଟ କୁ ବିରୋଧ କରି ଭାଜପା ଦଳ ପକ୍ଷରୁ ଆନ୍ଦୋଳନ ଧମକ

ମାଲକାନଗିରି.୧୮ା୧୦(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ  ମାଲକାନଗିରି ଜିଲ୍ଲାରେ ବାରମ୍ବାର ଅଘୋଷିତ ବିଦ୍ୟୁକାଟ ହେଉଥିବାରୁ ଏହାକୁ ବିରୋଧ କରି ଜିଲ୍ଲା ଭାଜପା ଦଳପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶପାଇଛି,ତୁରନ୍ତ ଏହି ବିଦ୍ୟୁତ କାଟ ବନ୍ଦ କରାନଗଲେ  ଆଗାମୀ ଦିନରେ ଜିଲ୍ଲାରେ ଆନ୍ଦୋଳନ ହେବ ବୋଲି ଭାଜପା ଦଳପକ୍ଷରୁ ଧମକ ଦିଆ ଯାଇଛି । ସ୍ଥାନୀୟ ରକହିଲ ହୋଟେଲ ସଭାଗୃହରେ ଅନୁଷ୍ଟିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଭାଜପା ଦଳର ସଂପାଦକ ବିଜୟକୁମାର ମାଝୀଙ୍କ ଅଧ୍ୟକ୍ଷତାରେ ମାଲକାନଗିରି ଜିଲ୍ଲାରେ ବାରମ୍ବାର ବିଦ୍ୟୁତ କାଟ ଘଟଣାକୁ ବିରୋଧକରା ଯାଇଥିଲା । ମାଲକାନଗିରି ଜିଲ୍ଲା ବାଲିମେଳା ଠାରେ ଜଳବିଦ୍ୟୁତ କେନ୍ଦ୍ରପ୍ରତିଷ୍ଟା କରାଯାଇ ବାହର ରାଜ୍ୟକୁ ବିଦ୍ୟୁତ ବିକ୍ରୀ ହେଉଥିବାବେଳେ ଦୀପତଳ ଅନ୍ଧାର ଭଳି ଜିଲ୍ଲାବାସୀ  ଠିକ ଭାବେ ବିଦ୍ୟୁତ ସେବା ପାଇ ପାରୁନାହାଁନ୍ତି । ସାଉଥକୋ  ବିଦ୍ୟୁତ ବିଭାଗ ମନଇଛା ଭାବେ ଜିଲ୍ଲାରେ ଦିନକୁ ଦୁଇଥର ରାତ୍ର ଓ ଦିନରେ ଦୁଇଘଟାଂ ଲେଖା ବିଦ୍ୟୁତ କାଟୁଛନ୍ତି, ଏହା ଭ୍ୟତିତ ଅଘୋଷିତ ଭାବେ ଦିନକୁ ୪ରୁ ୫ଥର ଲେଖା ବିଦ୍ୟୁତ କଟିଛୁ ।ମାଲକାନଗିରି ଜିଲ୍ଲା ଏକ ମାଓପ୍ରବଣ ହୋଇଥିବା ଓ ଏବେ ଦୁର୍ଗାପୁଜା ଭିଡ ଲାଗି ଥିବାରୁ ବାରମ୍ବାର ବିଦ୍ୟୁତ କାଟ ଦ୍ୱାରା ଜିଲ୍ଲାବାସୀ ଅତିଷ୍ଟ ହୋଇପଡିଲେଣି । ଏହି ବିଦ୍ୟୁତ କାଟ ତୁରନ୍ତ ବନ୍ଦ କରାନଗଲେ ଆସନ୍ତା ୨୫ତାରିଖରେ ଜିଲ୍ଲାରେ ଭାଜପା ଦଳ ଓ ଜିଲ୍ଲାବାସୀଙ୍କ ପକ୍ଷରୁ ଜନଆନ୍ଦୋଳନ ହେବବୋଲି ସାମ୍ବାଦିକ ସମ୍ମିଳନୀରେ ଭାଜପା ଦଳପକ୍ଷରୁ ସୁଚନା ଦିଆ ଯାଇଛି । ଏହି ସମ୍ବାଦିକ ସମ୍ମିଳନୀରେ ଭାଜପା ନଗର ସଭାପତି ବାଲାଜୀ ପୋଡାଲ,ଭାଜପା ଯୁବନେତା ବିଜୟମହାରଣା ପ୍ରମୁଖ ଭାଜପା ନେତା ଓ କର୍ମୀ ଯୋଗ ଦେଇଥିଲେ ।

ସୁଚନା ଯୋଗ୍ୟଯେ ମାଲକାନଗିରି ଜିଲ୍ଲାରେ ବିଦ୍ୟୁତ କାଟ ଓ ଲୋ ଭୋଲେଟଜର ସମାଧାନ ପାଇଁ ଜିଲ୍ଲାସଦର ମହକୁମା ଠାରୁ ମାତ୍ର ୧୨ କିମି ଦୁର ଦାନିଗୁଡା ଠାରେ ୨୨୦/ ୩୩ କେଭିର ଗ୍ରୀଡ ସବ୍ଷ୍ଟେସନ  କରାଯାଇଛି । ହେଲେ ଜିଲ୍ଲାର ବିଦ୍ୟୁତ ସଙ୍କଟ କିଛି ଦୁର ହୋଇ ପାରିନାହିଁ , ପୁବ ର୍ ଭଳି ଅଘୋଷିତ ବିଦ୍ୟୁତ କାଟ ସାଙ୍ଗକୁ ଲୋ ଭୋଲେଟଜ ସମସ୍ୟା ସେମିତି ଲାଗିରହିଛି । ଜିଲ୍ଲାରେ ବାରମ୍ବାର ଅଘୋଷିତ ବିଦ୍ୟୁକାଟ ଜନଜୀବନକୁ ଅତିଷ୍ଟ କରିପକାଇଛି । ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୩୬ କିମି ଦୂରରେ ଓରକେଲ ଠାରେ ବାଲିମେଳା ଜଳବିଦ୍ୟୁତ୍ କେନ୍ଦ୍ର ଥାଇ ଦୀପତଳ ଅନ୍ଧାର ପରି ପ୍ରାୟ ସମୟରେ ଜିଲ୍ଲାରେ ବିଦ୍ୟୁତ୍ ସରବରାହରେ ବ୍ୟାଘାତ ଘଟିଚାଲିଥିଲେ ମଧ୍ୟ ଏଥିପ୍ରତି କାହାରି ନଜରପଡୁନାହିଁ ।  ଯେଉଁ ସମୟରେ ବିଦ୍ୟୁତ୍ ରହୁଛି  ଲୋ-ଭୋଲେଟେଜ ସମସ୍ୟା ଯୋଗୁଁ ଫ୍ୟାନ, କୁଲର,ଫ୍ରିଜ,କମ୍ଫୁଟର,ଟିଭି ଆଦି ମେସିନ ନିତ୍ୟ ବ୍ୟବହାର୍ଯ୍ୟ ମେସିନଗୁଡିକ ଅଚଳ ହୋଇପଡୁଛି ।ଜିଲ୍ଲାର ବାଲିମେଳା ଠାରେ ଜଳବିଦ୍ୟୁତ୍ ପ୍ରକଳ୍ପ ଥାଇ ବାରମ୍ବାର ବିଦ୍ୟୁତ୍ ସମସ୍ୟା ଦେଖା ଦେଉଛି ।ବିଦ୍ୟୁତ କାଟ ଯୋଗୁଁ ପିଲା ମାନେ ପାଠ ପଢିପାରୁନାହାଁନ୍ତି କି ରାତିରେ ଫ୍ୟାନ ଘୁରୁ ନଥିବାରୁ ଜନସାଧାରଣ ଶାନ୍ତିରେ ଶୋଇପାରୁ ନାହାଁନ୍ତି । ଏବେ ଦୁର୍ଗାପୂଜା ଚାଲିଥିବାବେଳେ ବାରମ୍ବାର ବିଦ୍ୟୁତ କାଟ ଓ ଲୋ ଭୋଲେଟେଜ ହେଉଥିବା ଯୋଗଁ ପୁଜା ମଣ୍ଡପ ଅନ୍ଧାର ହୋଇ ନାନା ପ୍ରକାର ଅପ୍ରିତିକର ପରିସସ୍ଥିତି ସୃଷ୍ଟିହେଉଛି । ବିଦ୍ୟୁତ୍ ବିଭାଗକୁ ସମସ୍ୟା ସଂପର୍କରେ ଜଣାଇଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଗତ ୧୯୬୫ ମସିହାରେ ଚିତ୍ରକୋଣ୍ଡା ଠାରେ ଜଳଭଣ୍ଡାର ନିର୍ମାଣ ସହ ବାଲିମେଳା ଠାରେ ବିଦ୍ୟୁତ୍ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୧୯୭୨ମସିହାରରେ ଏହା କାର୍ଯ୍ୟକ୍ଷମ ହୋଇଥିଲା ।ପ୍ରଥମେ ୪ଟି ଟବ ର୍ାଇନ ତାପରେ ୨ଟି କିଛିବର୍ଷପରେ  ଆଉ ଦୁଇଟି ମୋଟ ଆଠଟି ଟବ ର୍ାଇନ ରୁଷିଆ ବୈଜ୍ଞାନିକ ମାନଙ୍କଦ୍ୱାରା ପ୍ରତିଷ୍ଠା କରା ଯାଇ ମୋଟ ୫୧୦ ମେଗା ଓାଟ୍ ବିଦ୍ୟୁତ୍ ଉତ୍ପନ୍ନ କରା ଯାଇ ରାଜ୍ୟ ତଥା ରାଜ୍ୟବାହରକୁ ଚାହିଦା ଅନୁଯାଇ ବିକ୍ରୀକରା ଯାଇ ପ୍ରତିମାସ କୋଟିକୋଟି ଟଙ୍କା ରାଜ୍ୱସ ଆଦାୟ ହୋଇ ବିଦ୍ୟୁତ୍ ପ୍ରକଳ୍ପ ଲାଭବାନ ହେଉଥିଲା । ଗତ କିଛି ବର୍ଷହେଲା ଆବଶ୍ୟକିୟ ଯନ୍ତ୍ରୀ,କର୍ମଚାରୀ ଙ୍କ ଅଭାବ, ରକ୍ଷାଣବେକ୍ଷଣ, ପରିଚାଳନାଗତ ଅବ୍ୟବସ୍ଥା ଯୋଗୁଁ ବିଦ୍ୟୁତ୍ ପ୍ରକଳ୍ପରେ ବାରମ୍ବାର ବିଭ୍ରାଟ ଦେଖା ଦେଉଛି । ମୂଲ୍ୟବାନ ଯନ୍ତ୍ରପାତି ରକ୍ଷାଣ ବେକ୍ଷାଣ ଠିକ ନ ରହିବା ଓ ଯନ୍ତ୍ର,ଟ୍ରାନ୍ସଫରମୋର ଗୁଡିକୁ ଠିକ ଭାବେ ଗ୍ରୀସିଂ ଅଏଲିଂ କରା ଯାଉନଥିବାରୁ ସେଗୁଡିକ ଅଧିକାଶଂ ସମୟରେ ପୋଡି ନଷ୍ଟ ହୋଇ କୋଟିକୋଟି ଟଙ୍କା କ୍ଷତି ଘଟୁଛି । ୮ଟି ଟବ ର୍ାଇନ ମଧ୍ୟରୁ ଏବେ ମାତ୍ର ୪ଟି ଟବ ର୍ାଇନ କାର୍ଯ୍ୟ କ୍ଷମଅଛି,ସେଥିରୁ ୨୪୦ମେଗାଓାଟ୍ ବିଦ୍ୟୁତ୍ ଉତ୍ପନ୍ନ ହେଉଛି । ବର୍ଷା ପବନ ନଥାଇ ବାରମ୍ବାର ମାଲକାନଗିରି ଜିଲ୍ଲାରେ ଅଘୋଷିତ ବିଦ୍ୟୁତ୍ କାଟ ହୋଇ ଯାଏ, ଗତ କିଛିଦିନ ହେଲା ଝଡତୋଫାନ କିଛିନଥାଇ ବହୁସମୟଧରି ବିଦ୍ୟୁତ୍ ସରବରାହ ସମଗ୍ରଜିଲ୍ଲାରେ ବନ୍ଦରହିବା ସହ ପ୍ରତିଦିନ ଲୋଭୋଲେଟଜ ହେଉଛି ,ମାଲକାନଗିର ଜିଲ୍ଲା ମାଓପ୍ରବଣ ଅତି ସମ୍ବେଦନଶୀଳ ଥିଲେ ମଧ୍ୟ ବିଜୁଳି ଠିକ୍ ଭାବେ ଯୋଗାଇ ଦିଆ ଯାଉନଥିବାରୁ ଜନସାଧାରଣରେ ଘୋର ଅସନ୍ତୋଷ ପ୍ରକାଶପାଇଛି ।ବାଲିମେଳା ଠାରେ ବିଦ୍ୟୁତ୍ କେନ୍ଦ୍ର ଥାଇ ଦୀପତଳ ଅନ୍ଧାର ପରି ମାଲକାନଗିର ଜିଲ୍ଲାବାସୀ ଅଧିକାଂଶ ସମୟ ଅନ୍ଧାରରେ ରହୁଛନ୍ତି ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top