କେନ୍ଦ୍ରାପଡ଼ା

ଅଗ୍ନିଶମ ସେବା କର୍ମଚାରୀମାନଙ୍କର କାର୍ଯ୍ୟବନ୍ଦ ଆନ୍ଦୋଳନ

କେନ୍ଦ୍ରାପଡା, ୨୪/୦୯(ଲକ୍ଷ୍ମୀକାନ୍ତ ନାୟକ)-ଜିଲାର ଅଗ୍ନିଶମ ସେବା କର୍ମଚାରୀମାନେ ୬ଗୋଟି ଦାବିକୁନେଇ ଆଜିଠାରୁ ଅନିଦ୍ଧିଷ୍ଟକାଳପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳକରି ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ଦାବି ଗୁଡିକ ମଧ୍ୟରେ ଓଡିଶା ଅଗ୍ନିଶମ କର୍ମଚାରୀମାନଙ୍କୁ ଓଡିଶା ପୁଲିସ କର୍ମଚାରୀମାନଙ୍କ ସହିତ ସମାନ ଧରମା ଓ ଭତ୍ତା ପ୍ରଦାନ, ଓଡିଶା ଅଗ୍ନିଶମ ସଂସ୍ଥାର ହାବିଲଦାର ଏବଂ ଆଗ୍ନିକଙ୍କ ସଂଘକୁ ତୁରନ୍ତ ସରକାରୀ ପଞିକରଣ ଭୂକ୍ତ କରିବା, ଚୁକ୍ତି ଭିତ୍ତିକ କର୍ମଚାରୀମାନଙ୍କୁ ନିୟମିତ ଦରମାଭୂକ୍ତ କରିବା ସହିତ ଅଗ୍ନିଶମ କର୍ମଚାୀମାନଙ୍କୁ ନିଜ ଜିଲା ଓ ଆବଶ୍ୟକସ୍ଥଳେ ପଡୋଶୀ ଜିଲାରେ ନିଯୁକ୍ତି ଦେବା, ଓଡିଶା ଅଗ୍ନିଶମ ସେବା ସଂସ୍ଥା ଅବସର ଗ୍ରହଣ କରିଥିବା କର୍ମଚାରୀମାନଙ୍କୁ ତୁରନ୍ତ ପେନସନ ଓ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରିବା, ରାଜ୍ୟର ଅନ୍ୟ ସରକାରୀ କର୍ମଚାରୀମାନଙ୍କ ଭଳି ଅଗ୍ନିଶମ କର୍ମଚାରୀମାନଙ୍କୁ ୮ଘଣ୍ଟା ଡ୍ୟୁଟିରେ ମୁତୟନ କରିବା ସହିତ କେଉଁ କେଉଁ କାର୍ଯ୍ୟରେ ସେମାନେ ନିୟୋଜିତ ରହିବେ ସରକର ତାହାର ଏକବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିବା ଏବଂ ଓଡିଶା ଅଗ୍ନିଶମ ସେବା ସଂସ୍ଥାରେ ଖାଲିପଡିଥିବା ପଦବୀ ଗୁଡିକୁ ତୁରନ୍ତ ପୂରଣ କରିବା। କେନ୍ଦ୍ରାପଡା ଅଗ୍ନିଶମ କର୍ମଚାରୀମାନଙ୍କ ସହିତ ପଟ୍ଟାମୁଣ୍ଡାଇ, ରାଜକନିକା, ଆଳି, ରାଜନଗର, ମହାକାଳପଡା.ମାର୍ଶାଘାଇ, ଗରଦପୁର, କୋରୁଆ, ଡେରାବିଶ ଅଗ୍ନିଶମ ସେବା ସଂସ୍ଥାର ସମୁଦାୟ ୧୨୬ କର୍ମଚାରୀ ଏହି ଧାରଣାରେ ବସିଛନ୍ତି। ଏହି ଧାରଣାରେ ହାବିଲଦାର ଏବଂ ଡ୍ରାଇଭାରମାନେ ମଧ୍ୟ ସାମିଲ ହୋଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top