ଅଗ୍ନିଶମ ବିଭାଗ ପକ୍ଷରୁ ଛାତ୍ରଛାତ୍ରୀ ଙ୍କୁ ତାଲିମ ପ୍ରଦାନ

ପୋଲସରା ୧୮-୧୨ (ଓଡ଼ିଆ ପୁଅ/ନୃସିଂହନାଥ ସ୍ୱାଇଁ) ଆଜି ଗଞ୍ଜାମ ଜିଲ୍ଲାର ପୋଲସରା ସ୍ଥିତ ପୋଲସରା ବିଜ୍ଞାନ ମହା ବିଦ୍ୟାଳୟରେ ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ ଅଧୟନରତ ଛାତ୍ରଛାତ୍ରୀ ମାନଙ୍କୁ ଆଘାତ କାଳୀନ ଅବସ୍ଥାରେ ନିଜର ତଥା ଅନ୍ୟର ମୂଲ୍ୟବାନ ଧନ ଓ ଜୀବନ କିଭଳି ଭାବେ ରକ୍ଷା କରାଯାଇ ପାରିବ ତାହା ଉପରେ ଏକ ତାଲିମ କାର୍ଯ୍ୟକ୍ରମ କରାଯାଇଥିଲା।ସ୍ଥାନୀୟ ଅଗ୍ନିଶମ ବିଭାଗର ଲିଡିଙ୍ଗ ଫାୟାରମ୍ୟାନ ରାଜେନ୍ଦ୍ର କୁମାର ସ୍ଵାଇଁଙ୍କ ପରିଚାଳନାରେ ଆକସ୍ମିକ ଅଗ୍ନିକାଣ୍ଡ, ବାତ୍ୟା, ବନ୍ୟା, ସଡକ ଦୁର୍ଘଟଣା, ଘରେ ଦୁର୍ଘଟଣା,  ପାଣିରେ ବୁଡିଯାଇଥିବା ଏବଂ ଯେ କୌଣସି ବ୍ୟକ୍ତି ଙ୍କୁ କିଭଳି ଉପାୟରେ ତୁରନ୍ତ ଉଦ୍ଧାର କରାଯାଇ ପାରିବ ସେସବୁ ବିଷୟ ଉପରେ ବିଭିନ୍ନ ପ୍ରକାର ବ୍ୟବହୃତ ହେଉଥିବା ଉପଯୋଗୀ ବିଭିନ୍ନ ଉପକରଣ ମାଧ୍ୟମରେ ଅତି ସରଳ ଭାବେ ତାଲିମ ଦେଇଥିଲେ।ଏଥିରେ ବିଭାଗର ସାଗର କୁମାର ସେଠୀ, ରାଜେଶ କୁମାର ପ୍ରଧାନ,  ଶ୍ରୀକାନ୍ତ କୁମାର ଲେଙ୍କା, ସଚ୍ଚିଦାନନ୍ଦ ଧାରୁଆ, ଓ ମନୋଜ କୁମାର ସେଠୀ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିବାବେଳେ ଛାତ୍ରଛାତ୍ରୀ ମାନେ ମଧ୍ୟ ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ନିଜକୁ ନିୟୋଜିତ କରି ସହଯୋଗ ପ୍ରଦାନ ସ୍ୱରୂପ ଶିକ୍ଷା ଗ୍ରହଣ କରିଥିଲେ।ଏହି କାର୍ଯ୍ୟ ଦିବସରେ କଲେଜର ଅଧ୍ୟକ୍ଷ ଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକା ଏବଂ ସମସ୍ତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ।ଏଠାରେ ସୂଚାଇ ଦିଆଯାଇ ପାରେକି ଆଜିର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଟି ମହାବିଦ୍ୟାଳୟ ପକ୍ଷରୁ ଗତ ୧୭ ତାରିଖ ରିବାର ଦିବସ ଠାରୁ ଆରମ୍ଭ ହୋଇ ଆଗାମୀ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବକୁ ଥିବା ସ୍ୱତନ୍ତ୍ର ସେବା ଶିବିର ଅନ୍ତର୍ଗତ କରାଯାଇଥିଲା।ଏହି ସିବିରଟିକୁ ପୋଲସରା ମହା ବିଦ୍ୟାଳୟ ଅଧ୍ୟକ୍ଷ ଡ଼.ଦିବାକର ମିଶ୍ର ଉଦଘାଟନ କରିଥିଲେ।

Leave a Reply

Your email address will not be published. Required fields are marked *