ଜିଲ୍ଲା ପରିକ୍ରମା

ଅଗ୍ନିବିପନ୍ନଙ୍କୁ ସହାୟତାର ହାତ ବଢାଇଲା ଧାମରା ପୋର୍ଟ

ଭଦ୍ରକ, ୨୭ା୧ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଗତ ୨୪ ତାରିଖରେ ଚାନ୍ଦବାଲି ବ୍ଲକର ବାଲିପଦ ଗ୍ରାମରେ ଘଟିଯାଇଥିବା ଭୟାବହ ଅଗ୍ନିକାଣ୍ଡରେ ୧୫ରୁ ଊଦ୍ଧ୍ୱର୍ ଘର ପୋଡ଼ି ପାଉଁଶ ହୋଇଯାଇଥିଲା । ଏହି ଦୁର୍ଘଟଣାରେ ଲକ୍ଷାଧିକ ସମ୍ପତି ନଷ୍ଟ ହୋଇଯାଇଥିବାବେଳେ ବାସଚୁ୍ୟତ ହୋଇଥିବା ଏହି ଗ୍ରାମବାସୀ ଶୀତରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଖବର ପାଇବା ସଙ୍ଗେସଙ୍ଗେ ଆଦାନୀ ଫାଉଣ୍ଡେସନ ସିଏସ୍ଆର୍ ବିଭାଗର କର୍ମଚାରୀ ସେଠାରେ ପହଂଚିଥିଲେ ଏବଂ ତକ୍ରାଳ ଶାଢୀ, ଧୋତି, ଖାଦ୍ୟ ପଦାର୍ଥ, ଚୂଡ଼ା-ଚାଉଳ, ବାସନକୁସନ, ମହମବତୀ, ଦିଆସିଲି, ପନିପରିବା, କମ୍ବଳ, ଚାଦର ଆଦି ବାସୋପଯୋଗୀ ସାମଗ୍ରୀ ଅଗ୍ନିବିପନ୍ନ ପରିବାରକୁ ଯୋଗାଇ ଦେଇଥିଲେ । ଧାମରା ବନ୍ଦର ତରଫରୁ ତକ୍ରାଳ ଯୋଗାଇ ଦିଆଯାଇଥିବା ଏହି ସହାୟତାକୁ ଉପସ୍ଥିତ ଗ୍ରାମବାସୀ ଓ ବୁଦ୍ଧିଜୀବୀ ପ୍ରଂଶସା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top