ଅଗ୍ନିକାଣ୍ଡ, ୨ ଦୋକାନ ୩ ଘର ଭଷ୍ମୀଭୂତ

ବେଗୁନିଆପଡ଼ା ୨୩-୭ (ଓଡ଼ିଆ ପୁଅ/ଲଡ଼ୁକିଶୋର ଦାଶ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅନ୍ତର୍ଗତ ଚନ୍ଦନପୁର ପଂଚାୟତର ମୁଣ୍ଡଳା ଗ୍ରାମର ନୂଆ ସାହିରେ ଅଗ୍ନିକାଣ୍ଡ। ପୂର୍ବାହ୍ନ ୯ଟା ବେଳେ ଅଚାନକ୍ ଭାବେ ଏହି ଅଗ୍ନିକାଣ୍ଡ ଘଟି ଦୁଇଟି ଦୋକାନ ଘର ଓ ତିନି ଜଣଙ୍କ ତିନି ବଖରା ଘର ପୋଡ଼ି ପାଉଁଶ ହୋଇଯାଇଥିବାର ଦେଖିବାକୁ ମିଳିଛି। ଖବର ପାଇ କୋଦଳା ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ। ସୂଚନା ପ୍ରକାରେ କୌଣସି ଏକ ଚୁଲିରୁ ନିଆଁ ବାହାରି କାଠକୁ ଲାଗିଥିଲା ପରବର୍ତ୍ତି ସମୟରେ ତାହା ଦୋକାନ ଘରକୁ ବ୍ୟାପିଥିଲା। ଏହି ଅଗ୍ନିକାଣ୍ଡ ଯୋଗୁଁ ରମେଶ ବିଶ୍ୱାଳ, ଗୋପ ପ୍ରଧାନ ଓ ପୁରୁଷୋତ୍ତମ ପ୍ରଧାନଙ୍କ ଦୋକାନ ଘର ଓ ବାସ ଘର କ୍ଷତିଗ୍ରସ୍ତ ହୋଇଛି। ପ୍ରଶାସନିକ ସ୍ତରରେ ତଦନ୍ତ କରାଯାଇ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ହୋଇଛି।

Leave a Reply

Your email address will not be published. Required fields are marked *