ଅଗ୍ନିକାଣ୍ଡରେ ୫ବଖରା ଭସ୍ମୀଭୂତ

ଭଦ୍ରକ, ୧୧ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଆଜି ସଂଧ୍ୟାରେ ଚରମ୍ପା ଅଞ୍ଚଳରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ୫ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଅଗ୍ନିକାଣ୍ଡର ଖବର ପାଇ ୨ଟି ଦମକଳ ଘଟଣାସ୍ଥଳରେ ପହଞ୍ଚିବାବେଳକୁ ସବୁକିଛି ପୋଡ଼ି ପାଉଁଶ ହୋଇ ସାରିଥିଲା। ବିବରଣୀ ଅନୁଯାୟୀ ସ୍ଥାନୀୟ ଅଞ୍ଚଳରେ ୫ଟି ଦିନ ମଜୁରିଆ ପରିବାର ଏରେଇଁ ଅଞ୍ଚଳର ମାୟାଧର ପୁହାଣଙ୍କର ଏହି ୫ବଖରା ଚାଳଘରେ ରହି ଆସୁଥିଲେ। ଆଜି ସଂଧ୍ୟାରେ ହଠାତ୍ ଏହି ଘରେ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡ଼ି ନାହିଁ କିମ୍ବା କ୍ଷୟକ୍ଷତି ସମ୍ପର୍କରେ ଆକଳନ କରାଯାଇ ପାରିନଥିବା ଜଣାପଡ଼ିଛି। ଅଗ୍ନିବିପନ୍ନମାନେ ଅତି ଗରୀବ ଶ୍ରେଣୀର ହୋଇଥିବାରୁ ସେମାନଙ୍କୁ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *