ଜିଲ୍ଲା ପରିକ୍ରମା

ଅଗ୍ନିକାଣ୍ଡରେ ୩ ବଖରା ଜଳିଗଲା

ଯାଜପୁର, (ଓଡିଆ ପୁଅ/ମାନସ ରାଉତ)-ବଡଚଣା ବ୍ଲକ ଦର୍ପଣ ତହସିଲ ଅଧିନସ୍ଥ ବୈରୀ ପଞ୍ଚାୟତ ବଗଉ ମୁଣ୍ଡାସାହିରେ ଶନିବାର ଅପରାହ୍ନରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଆଦିବାସୀ ପରିବାରଙ୍କ ୩ ବଖରା ଘର ଓ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ସୂଚନା ଅନୁସାରେ ବଗଉ ମୁଣ୍ଡାସାହିରେ ବିଦ୍ୟୁତ ସଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟି ଜଗନ ସିଂଙ୍କ ଗୋଟିଏ ଚାଳ ଘର ପୋଡିଯିବା ସହ ୫ ବସ୍ତା ଧାନ, ୨ ବସ୍ତା ଚାଉଳ ସହ ସମସ୍ତ ଆସବାବପତ୍ରପୋଡି ଯାଇଛି। ସେହିପରି ଜଗନ ସିଂଙ୍କ ଦୁଇ ବଖରା ଘର ପୋଡିଯିବା ସହିତ ୧୦ ବସ୍ତା ଧାନ, ୨୦ ବସ୍ତା ଚାଉଳ ସହ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିବା ଜଣାଯାଇଛି। ଖବରପାଇ ଚଣ୍ଡିଖୋଲ ଅଗ୍ନିସମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ସେହିପରି ଛତିଆ ଉପର ବଜାର ନିକଟ ଜାତୀୟ ରାଜପଥ ନିକଟରେ ଦୁଇ ଏକର ସରକାରୀ ଜମିରେ ନିଆଁ ଲାଗିଯାଇଥିଲା, ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲା। ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। (ପ୍ରତିକାତ୍ମକ ଫଟୋ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top