ଅଗ୍ନିକାଣ୍ଡରେ ଗୁରୁତରଙ୍କ ଦେହାନ୍ତ

ତିର୍ତ୍ତୋଲ, ୪/୦୯ (ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟରା ପଂଚାୟତର କଟରା ଗ୍ରାମର ଦାମୋଦର ନାୟକଙ୍କ ଘରେ ଅଗ୍ନିକାଣ୍ଡ ଘଟି ଦୁଇଟି ଗାଈ, ତିନୋଟି ଛେଳିଙ୍କ ସମେତ ଘରର ଆସବାପତ୍ର ସବୁ ନଷ୍ଟ ହୋଇଯାଇଥିଲା। ଅଗ୍ନକାଣ୍ଡ ସମୟରେ ଦାମୋଦର ନିଜ ଗାଈ ଦୁଇଟିଙ୍କୁ ରକ୍ଷା କରିବାକୁ ଯାଇ ତାଙ୍କ ଶରୀରର ଅଶୀ ପ୍ରତିଶତ ପୋଡିଯାଇଥିଲା। ଗୁରୁତର ଅବସ୍ଥାରେ ପ୍ରଥମେ ଜଗତସିଂହପୁର ଜିଲ୍ଳା ସ୍ୱସ୍ଥ୍ୟକେନ୍ଦ୍ର ପରେ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଥିଲେ। କଟକ ବଡ ମେଡିକାଲରୁ ଗତ କାଲି ରବିବାର ରାତିରେ ତାଙ୍କର ଦେହାନ୍ତ ହୋଇଛି। ଏହି ଗରିବ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ପ୍ରଶାସନ ନିକଟରେ ସାଧାାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *