ଅଗ୍ନିଉତ୍ସବ ପୂର୍ଣ୍ଣିମା..ଅଗ୍ନି ଜଳାଇ ଶୀତକୁ ବିଦାୟ ହେଲେ

ପୁରୀ, ୩୧/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ପରମ୍ପରା ଅନୁଯାୟୀ ପବିତ୍ର ମାଘ ପୂର୍ଣ୍ଣମା ଅବସରରେ ଅଗ୍ନିଉତ୍ସବ ଶ୍ରୀକ୍ଷେତ୍ରର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି। ତେବେ ଚନ୍ଦ୍ରଗ୍ରହଣ ଯୋଗୁଁ ଅଗ୍ନିଉତ୍ସବ ଲାଗି ଲୋକମାନଙ୍କ ମନରେ ରହିଥିବା ଉତ୍ସାହରେ ଫିକା ପଡିଯାଇଥିବା ପରିଲିକ୍ଷିତ ହୋଇଛି। ରାତ୍ର ୮ ଟା ୪୧ ମିନିଟ ପରେ ଚନ୍ଦ୍ର ଗ୍ରହଣ ସର୍ବମୋକ୍ଷ ହେବା ପରେ ଲୋକମାନେ ସ୍ନାନ ସାରି କାଠ ଓ ନଡା ଧରି ବିଭିନ୍ନ ସ୍ଥାନରେ ହେଉଥିବା ଅଗ୍ନି ଉତ୍ସବ ସ୍ଥଳକୁ ଯାଇଥିଲେ। ସେଠାରେ ପାରମ୍ପରିକ ଭାବେ ପୂଜା ପାଠ ପରେ .କାଠରେ ଅଗ୍ନି ସଂଯୋଗ କରାଯାଇଥିଲା। ଶ୍ରଦ୍ଧାଳୁଙ୍କ ହରିବୋଲ ଧ୍ୱନି ମଧ୍ୟରେ ଉତ୍ସବ ପର୍ବ ସମ୍ପନ୍ନ ହୋଇଥିଲା। କେତେକ ଶ୍ରଦ୍ଧାଳୁ ଅଗ୍ନିମଣ୍ଡପରେ ବିଭିନ୍ନ ଫଳ ଓ ନୈବେଦ୍ୟ ସମର୍ପଣ କରିଥିବା ଦେଖାଯାଇଥିଲା। କେହି କେହି ଅଗ୍ନି ମଣ୍ଡପକୁ ପକାଇଥିବା ଆଳୁ ଓ ବାଇଗଣ ସଂଗ୍ରହ କରି ଖାଉଥିବାର ଦୃଶ୍ୟ ବେଶ ଉପଭୋଗୀୟ ହୋଇଥିଲା ସୂଚନା ଯୋଗ୍ୟ ଯେ ଅଗ୍ନିମଣ୍ଡପରୁ ସିଦ୍ଧ ପନିପରିବା ଭକ୍ଷଣ କଲେ ଚର୍ମରୋଗ ହୁଏନାହିଁ ବୋଲି ଜଣାଯାଇଛି।

Leave a Reply

Your email address will not be published. Required fields are marked *