ଓଡ଼ିଶା

ଅଗଷ୍ଟ ୯ରେ ‘ବିଶ୍ୱ ଆଦିବାସୀ ଦିବସ’ ଯୋଗଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୬/୮/୨୦୧୮(ଓଡ଼ିଆ ପୁଅ): ଆମ ରାଜ୍ୟ ଓଡ଼ିଶାରେ ମୋଟ ୬୨ ଗୋଟି ଅନୁସୂଚିତ ଜନଜାତି ସଂପ୍ରଦାୟର ଅଧିବାସୀ ବସବାସ କରନ୍ତି। ଏହି ୬୨ଗୋଟି ଅନୁସୂଚିତ ଜନଜାତିମାନଙ୍କ ମଧ୍ୟରେ ୧୩ ଗୋଟି ଆଦିମ ଜନଜାତି ଅନ୍ତର୍ଭୁକ୍ତ। ଜନଜାତି ସଂସ୍କୃତି ଓ ପ୍ରଗତିକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ଅନେକ ଯୋଜନା-କାର୍ଯ୍ୟକ୍ରମ, ନୀତି ନିର୍ଦ୍ଧାରଣ ଓ ଆଇନ୍‌ ପ୍ରଣୟନ କରିଛନ୍ତି। ବିଶେଷକରି ଜନଜାତି ସଂସ୍କୃତି, ପରମ୍ପରା, ଐତିହ୍ୟ ଏବଂ ପରିଚୟର ସୁରକ୍ଷା ସହିତ ସାମଗ୍ରିକ ବିକାଶ ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଆଉ ପାଦେ ଆଗକୁ ଯାଇ ୯ଟି ଆଦିବାସୀ ବହୁଳ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି ସାରା ଦେଶରେ ଉଦାହରଣ ସୃଷ୍ଟି କରିଛନ୍ତି। ଯଦ୍ଦ୍ୱାରା ଜନଜାତି ସଂପ୍ରଦାୟର ଅଧିବାସୀମାନେ ଆଜି ବିକାଶର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିଛନ୍ତି।

ଅଗଷ୍ଟ ୯ ‘ବିଶ୍ୱ ଆଦିବାସୀ ଦିବସ’ ଅବସରରେ ବିଜୁ ଜନତା ଦଳ ଆଦିବାସୀ ସାମ୍ମୁଖ୍ୟ ତରଫରୁ ରାଜ୍ୟ ସ୍ତରୀୟ ଆଦିବାସୀ ପ୍ରତିନିଧି ସମାବେଶ ପୂର୍ବାହ୍ଣ ୧୦.୩୦ ମିନିଟ୍‌ସମୟରେ ୟୁନିଟ୍‌୧ସ୍ଥିତ ଆଦିବାସୀ ପଡ଼ିଆରେ ଅନୁଷ୍ଠିତ ହେବ। ଏହି ସମାବେଶରେ ୯ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଳା ସମେତ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆଦିବାସୀ ପ୍ରତିନିଧିମାନେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଆଦିବାସୀ ପ୍ରତିନିଧିମାନଙ୍କୁ ଉକ୍ତ ଦିବସରେ ସମ୍ବୋଧିତ କରିବେ। ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ଅଗଷ୍ଟ ୧୩ ତାରିଖ ମଧ୍ୟରେ ୯ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଜିଲ୍ଲାସ୍ତରୀୟ ସମାବେଶ ପାଳନ କରାଯିବ ବୋଲି ବିଜୁ ଜନତା ଦଳ ଜନଜାତି ସାମ୍ମୁଖ୍ୟ ରାଜ୍ୟ ଆବାହକ ବିଧାୟକ ସୁଦାମ ମାର୍ଣ୍ଡି, ଉପ-ସଭାପତି ବିଧାୟକ ବଳଭଦ୍ର ମାଝୀ ଏବଂ ସାଂସଦ ଝିନ୍ନ ହିକ୍‌କା ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top