ଓଡ଼ିଶା

ଅଗଷ୍ଟ ୨୨ରୁ ଚିନ୍ତା ଓ ଚେତନାର ବର୍ଷା ଉତ୍ସବ: ନୀଳଚକ୍ର ସମ୍ମାନ ଗ୍ରହଣ କରିବେ ରାଜ୍ୟପାଳ

ଭୁବନେଶ୍ୱର ୨୦-୮ (ଓଡ଼ିଆ ପୁଅ) ଚିନ୍ତା ଓ ଚେତନାର ୪୦ତମ ବର୍ଷା ମହୋତ୍ସବ ଆସନ୍ତା ୨୨ ଓ ୨୩ ତାରିଖ ଦୁଇଦିନ ବ୍ୟାପୀ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେବ। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ସଂସ୍କୃତି ବିଭାଗ, ସିଆରପିଏଫ, କମିଶନରେଟ ପୋଲିସ, କିଟ୍ ବିଶ୍ୱବିଦ୍ୟାଳୟ, ଓଡ଼ିଶା ଲାଇଭ, ଧରିତ୍ରୀ, ଓଡ଼ିଶା ପୋଷ୍ଟ ଓ ଏମସିଏଲର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ରାଷ୍ଟ୍ରୀୟ ମହୋତ୍ସବକୁ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଦଘାଟନ କରିବେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ, କଳାକାର ଓ ଲେଖକ ଯୋଗଦେବାକୁ ସ୍ୱୀକୃତି ଦେଇଛନ୍ତି।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ଅଷ୍ଟଧାତୁରେ ନିର୍ମିତ ନୀଳଚକ୍ର ଓ ନୀଳଚକ୍ର ସମ୍ମାନ ପ୍ରଦାନ କରିବାକୁ ସ୍ଥିର କରାଯାଇଛି। ପ୍ରକାଶ ଥାଉକି ‘ନୀଳଚକ୍ର ସମ୍ମାନ’ ଦେଶର ଏକ ମର୍ଯ୍ୟାଦାପୂର୍ଣ୍ଣ ଗୌରବମୟ ଆଧ୍ୟାତ୍ମ୍ୟ ସମ୍ମାନ ଓ ଆଶୀର୍ବାଦ।

ଦୁଇଦିନରେ ଓଡ଼ିଶାର ବିଶିଷ୍ଟ କଳାକାର, ସୃଜନର ଶିଳ୍ପୀ, ଦିଲ୍ଲୀର ବିଶିଷ୍ଟ ସୀତାର ବାଦକ ଶ୍ରୀ ସୁବ୍ରତ ଦେ, ବିଶିଷ୍ଟ ତବଲାବାଦକ ଶ୍ରୀ ଅମିତାଭ ସେନ ଓ ଉସ୍ତାଦ ଜମୀର ଖାନ, ବିଶିଷ୍ଟ ନୃତ୍ୟାଙ୍ଗନା ଶ୍ରୀମତୀ ବୀଣା ସିଂ ଶେଷାଦ୍ରୀ, ପ୍ରଫେସର ରାମହରି ଦାସ ଓ ଡଃ. ବିଜୟ କୁମାର ଜେନା ପ୍ରମୁଖ ଶାସ୍ତ୍ରୀୟ ବର୍ଷା ସଂଗୀତ ଓ ନୃତ୍ୟ ପରିବେଷଣ କରିବେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top