Home କୋରାପୁଟ ଅଗଣତାନ୍ତ୍ରିକ ଭାବେ ଗିରଫକୁ ବିରୋଧ ; ତହସିଲ ଘେରାଉ ପାଇଁ ଚେତାବନୀ

ଅଗଣତାନ୍ତ୍ରିକ ଭାବେ ଗିରଫକୁ ବିରୋଧ ; ତହସିଲ ଘେରାଉ ପାଇଁ ଚେତାବନୀ

325

କୋରାପୁଟ ; ତା୧୪-୦୧-୧୯(ଓଡିଆପୁଅ/ରଂଜନ କୁମାର ଦାସ) ସମ୍ବିଧାନ ଦେଇଥିବା ଅଧିକାର ହାସଲ ପାଇଁ ଲଢେଇ କରୁଥିବା ନେତାଙ୍କୁ ଜିଲା ପ୍ରଶାସନ ଓ ପୁଲିସ ଘରୋଇ କମ୍ପାନୀର ସ୍ୱାର୍ଥ ପୂରଣ ନିମନ୍ତେ ଅଗଣତାନ୍ତ୍ରିକ ଭାବେ ଗିରଫ କରିବା ଘଟଣାକୁ ନିନ୍ଦା କରିବା ସହ ତୂରନ୍ତ ଗିରଫ ନେତାଙ୍କୁ ଖଲାସ କରାନଗଲେ କୋରାପୁଟିଆ ଜନ ସୁରକ୍ଷା ସଂଘ ମାଛକୁଣ୍ଡ ତହସିଲ ଅଫିସ ଘେରାଉ କରିବାକୁ ଚେତାବନୀ ଦେଇଛି । ସୋମବାର ଅପରାହ୍ନ୍ନରେ କୋରାପୁଟ ଅତିଥି ଭବନ ସଭାକକ୍ଷରେ ଅନୁଷ୍ଠିତ ଏକ ସାମ୍ବାଦିକ ସମିଳନୀରେ କୋରାପୁଟ ଜନ ସୁରକ୍ଷା ସଂଘ ସଭାପତି ଦାସି ନନ୍ଦିବାଲି ଉପରୋକ୍ତ ମନ୍ତବ୍ୟ ଦେବା ସହ ଜିଲା ପ୍ରଶାସନର ଆଭିମୁଖ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି । ସୂଚନା ଥାଉକି, ପେସା ଆଇନ ବ୍ୟବସ୍ଥା ଅନୁଯାୟୀ, ପଲ୍ଲୀସଭା ବିନା ଅନୁମୋଦନରେ ସେଡ୍ୟୁଲ୍ଡ ଅଂଚଳରେ ସରକାର କୌଣସି ପ୍ରକଳ୍ପ ଆରମ୍ଭ କରି ପାରିବେନି କିମ୍ବା ଖଣି ଲିଜ୍ ଦେଇ ପାରିବେନି ବୋଲି ଲମତାପୁଟ ବ୍ଲକର ୪ ପଂଚାୟତବାସୀ କୁମାରଗନ୍ଧଣା ପଂଚାୟତର ହାଟସୁକୁ ଗ୍ରାମରେ ଚିନାମାଟି ଖୋଳାକୁ ବିରୋଧ କରି ଆସୁଛନ୍ତି । ସମସ୍ୟାର ସମାଧାନ ନିମନ୍ତେ ଗତବର୍ଷ ଡିସେମ୍ବର ୧୨ରେ ଜିଲା ପ୍ରଶାସନ ପକ୍ଷରୁ କୋରାପୁଟ ଉପ-ଜିଲାପାଳ ଅଫିସରେ ଏକ ତ୍ରିପାକ୍ଷିକ ଆଲୋଚନା ଡକା ଯାଇଥିଲା । ଅତିରିକ୍ତ ଜିଲାପାଳ , ଉପ-ଜିଲାପାଳ ,ଅତିରିକ୍ତ ଏସପି ଭି.ଆର.ରାଓ,ଗ୍ରାମବାସୀ ଓ ସମ୍ପୃକ୍ତ କମ୍ପାନୀ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ ଗ୍ରାମବାସୀ ସେମାନଙ୍କ ଜିଦରେ ଅଟଳ ରହିବାରୁ କୌଣସି ସମାଧାନ ହୋଇ ପାରିନଥିଲା । ତେବେ ଉକ୍ତ ବୈଠକରେ ଚୀନାମାଟି ଖୋଳିବାକୁ ଲିଜ୍ ପାଇଥିବା ଆନ୍ଧ୍ର କମ୍ପାନୀର ପ୍ରତିନିଧିଙ୍କୁ ଧମକ ଦେବା ମିଥ୍ୟା ଅଭିଯୋଗ ଲଗାଇ ପୁଲିସ ଖଡିମାଟି ସୁରକ୍ଷା ସମିତିର ସଭାପତି ତିଳକ ଗୁଂଜିଆଙ୍କ ସମେତ ପରଦେଶୀ ହନ୍ତାଳ,ପଦୁ ଯାନୀ ଓ ବିଜୟ ମାଝିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଡିସେମ୍ବର ୧୨ର ବୈଠକରେ ଗିରଫ ବ୍ୟକ୍ତିମାନେ ଧମକ ଦେବା ଅଭିଯୋଗ ପୁଲିସ କରିଛି । ଜିଲା ପ୍ରଶାସନ ଗିରଫ ସଂଘ ନେତାଙ୍କୁ ତୂରନ୍ତ ଖଲା କରୁ ନଚେତ ଆଗାମୀ ଦିନରେ ସଂଘ ତହିଲ,ବ୍ଲକ୍ ଅଫିସ ଘରେଉ କରିବା ସହ ୨୦୧୯ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଧମକ ଦେଇଛନ୍ତି । କୋରାପୁଟିଆ ଜନ ସୁରକ୍ଷା ସଂଘ ସଂପାଦକ ପୂର୍ଣ୍ଣ ଜାନି ,ସମାଜସେବୀ କର୍ପୂର ହନ୍ତାଳ,ହରି ଖେମୁଣ୍ଡୁ,ବିସ୍ଥାପୀତ ସଂଘ ସଭାପତି ତ୍ରିଲୋଚନ ମୁଦୁଲିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.