ଅଖିଳ ଭୂମଣ୍ଡଳୀୟ ମୁନିସମାଜ ଶିବମୁନି ଯୋଗାଶ୍ରମର ଦ୍ୱାଦଶତମ ବାର୍ଷିକ ଅଧିବେଶନ

ଭଦ୍ରକ, ୧୯ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ସାମରାଇପରସ୍ଥିତ ଅଖିଳ ଭୂମଣ୍ଡଳୀୟ ସର୍ବ ଶିରୋମଣି ମୁନିସମାଜ ଶିବମୁନି ଯୋଗାଶ୍ରମର ଦ୍ୱାଦଶତମ ବାର୍ଷିକ ଅଧିବେଶନ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାତଃରେ ଆଶ୍ରମର ସାଧିକା ମୁନିରାଜ୍ଞୀ ମୁନିମତୀ ମଞ୍ଜୁଳା କୁମାରୀ ବିଶ୍ୱାଳ ମୁନି ପତାକା ଉତ୍ତୋଳନ  କରିଥିଲେ । ଆଶ୍ରମର ସ୍ଥାୟୀ ସଭାପତି ମୁନିରତ୍ନ ଅନାମ ଚରଣ ସଭାପତିତ୍ୱ କରିଥିଲେ ।  ଆଶ୍ରମର ଯୋଗଶିକ୍ଷକ ଶିବପ୍ରସାଦ ପଣ୍ଡା ପରିଚୟ ପ୍ରଦାନ ଓ ବିବରଣୀ ପାଠ କରିଥିଲେ ।  ଯୋଗଶିକ୍ଷକଙ୍କ ଅଭିଭାଷଣ ପରେ ମୁଖ୍ୟ ଅତିଥି  କେନ୍ଦ୍ରୀୟ ମହାମନ୍ତ୍ରୀ ଜଗନ୍ନାଥ ମିଶ୍ର, ମୁଖ୍ୟ ବକ୍ତା ଦୁର୍ଗାଶଙ୍କର ଦାସ, ସମ୍ମାନିତ ଅତିଥି ଭାବେ ଯୋଗୀ ହରେକୃଷ୍ଣ ମୁନି ପ୍ରମୁଖ ଯୋଗଦେଇ  ଯୋଗ ସମ୍ବନ୍ଧୀୟ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ ।  ଲଲାଟେନ୍ଦୁ ବିଶ୍ୱାଳ ଓ ଲଳିତେନ୍ଦୁ ବିଶ୍ୱାଳଙ୍କ ପରିଚାଳନାରେ ଜ୍ଞାନଯଜ୍ଞର ସମସ୍ତ କାର୍ଯ୍ୟକ୍ରମ ସଂପନ୍ନ ହୋଇଥିଲା । ଏଥିରେ ବହୁ ଜ୍ଞାନୀ, ସିଦ୍ଧ ସାଧକ ଓ ବୁଦ୍ଧିଜୀବୀମାନେ ଯୋଗଦେଇ  ଆଶ୍ରମର କର୍ମକର୍ତ୍ତାଙ୍କ ଦ୍ୱାରା ଆୟୋଜିତ ଅନ୍ନଯଜ୍ଞରେ  ଅଂଶଗ୍ରହଣ ପୂର୍ବକ ଦିବ୍ୟଜ୍ଞାନ ଆହରଣ କରିଥିଲେ ।

Leave a Reply

Your email address will not be published. Required fields are marked *