ଜିଲ୍ଲା ପରିକ୍ରମା

ଅଖିଳ ଭାରତ ତୃତୀୟ ଶ୍ରେଣୀ ଡାକ କର୍ମଚାରୀ ସଂଘର ୧୦ମ ଦ୍ୱିବାର୍ଷିକ ସମ୍ମିଳନୀ ଓ କର୍ମକର୍ତ୍ତା ନିର୍ବାଚନ

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଅଖିଳ ଭାରତ ତୃତୀୟ ଶ୍ରେଣୀ ଡାକ କର୍ମଚାରୀ ସଂଘ ଭଦ୍ରକ ଶାଖାର ୧୦ମ ଦ୍ୱିବାର୍ଷିକ ସମ୍ମିଳନୀ ଭଦ୍ରକ ମୁଖ୍ୟ ଡାକଘର ପରିସର ସ୍ଥିତ ଚିତ୍ତବିନୋଦନ କେନ୍ଦ୍ରରେ ଅନୁଷ୍ଠିତ ହୋଇ ଯାଇଛି। ସଂଘର ସଭାପତି ହରେକୃଷ୍ଣ ଶିଅଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ଶ୍ୟାମସୁନ୍ଦର ପାତ୍ର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ। ମୁଖ୍ୟଅତିଥି ଭାବେ ଡାକ ଅଧିକ୍ଷକ ସର୍ବେଶ୍ୱର ମିଶ୍ର ଯୋଗ ଦେଇ ଡାକ କର୍ମଚାରୀମାନଙ୍କ ସମସ୍ୟା ସମାଧାନ ଦିଗରେ ଡାକ ବିଭାଗର ବିଭିନ୍ନ ପଦକ୍ଷେପ ଗୁଡିକର ସୂଚନା ଦେଇଥିଲେ। ମୁଖ୍ୟବକ୍ତା ଭାବେ ରବିନାରାୟଣ ଧଳ, ସମ୍ମାନିତ ଅତିଥି ଭାବେ ଆଇନଜୀବୀ ଦିବ୍ୟସିଂହ ନାୟକ, ରାଧା ଦାସ, ଗୋପାଳ ଚନ୍ଦ୍ର ପଢିଆରୀ, ଦିପ୍ତିରଞ୍ଜନ ମହାନ୍ତି, ସୁରଥ କୁମାର ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ନବନିର୍ବାଚିତଙ୍କ ମଧ୍ୟରେ ବିଶ୍ୱନାଥ ଜେନା ସଭାପତି, ଅଜୟ କୁମାର ରାଉତ ସମ୍ପାଦକ ଭାବେ ନିର୍ବାଚତ ହୋଇଛନ୍ତି। ପ୍ରକାଶ ଚନ୍ଦ୍ର ସାହୁ, ବିଶ୍ୱ ପ୍ରକାଶ କର ଓ ନୃସିଂହ ସାମଲ ଉପସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଶ୍ୟାମ ସୁନ୍ଦର ପାତ୍ର, ପ୍ରଭାତ ବେହେରା, ଦାମୋଦର ମଣ୍ଡଳ ଓ ଚିନ୍ମୟ କୁମାର ଦାସ ସହ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ଆଶୁତୋଷ ରାଉତ ଓ ସହକୋଷାଧ୍ୟକ୍ଷ ବନମାଳୀ ହରିଚନ୍ଦନ, ସଂଗଠନ ସଂପାଦକ ମାନସ ରଞ୍ଜନ ଦାଶ, ପୁଷ୍ପାଞ୍ଜଳି ବେହେରା, ଅରବିନ୍ଦ ନାୟକ, ଜୟନ୍ତ କୁମାର ବେହେରା ନିର୍ବାଚିତ ହୋଇଛନ୍ତି। ସର୍କଲ କାଉନସିଲର ଭାବେ ପଦ୍ମଲୋଚନ ପ୍ରଧାନ ଓ ସୋରେନ ବିଶ୍ୱାଳ ନିର୍ବାଚିତ ହୋଇଛନ୍ତି। ଅଡିଟର ଭାବେ ପ୍ରଶାନ୍ତ କୁମାର ମଲ୍ଳିକଙ୍କ ସହିତ ୧୩ଜଣ କାର୍ଯ୍ୟକାରିଣୀ ସଭ୍ୟ ନିର୍ବାଚିତ ହୋଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top