କେନ୍ଦ୍ରାପଡ଼ା

ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଙ୍ଘର ବନ୍ଧୁମିଳନ ଓ କାର୍ଯ୍ୟକାରୀ ବୈଠକ

କେନ୍ଦ୍ରାପଡା ୧୪/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଙ୍ଘ କଟକ ନଗର ଓ ଉତ୍ତର ମଣ୍ଡଳ ଶାଖାର ଏକ କାର୍ଯ୍ୟକାରୀ ବୈଠକ ଓ ବନ୍ଧୁ ମିଳନ ଉତ୍ସବ ଆଜି ସ୍ଥାନୀୟ ତିନିମୁହାଁଣିସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ସଙ୍ଘର ସଭାପତି ନାରାୟଣ ଚନ୍ଦ୍ର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କୁ ସଭାପତି ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହିତ ଶୁଭକାମନା କରିଥିଲେ। ସଙ୍ଘର ସମ୍ପାଦକ ଶତ୍ରୁଘ୍ନ ପାଣ୍ଡେ ଆସନ୍ତା ବାଇନାଲ କନଫରେନ୍ସ ପାଇଁ ଏକ ପ୍ରସ୍ତୁତି ବୈଠକ ଛତିଆ ଉପ ଡାକଘରେ କରାଯିବା ନିମନ୍ତେ ଏକ ପ୍ରସ୍ତାବ ଦେଇଥିଲେ ଓ ତାହା ସର୍ବସମ୍ମତିକ୍ରମେ ଗୃହିତ ହୋଇଥିଲା। ଏଥି ସହିତ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟପନ୍ଥା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ବହୁ ପ୍ରତିକ୍ଷା ପରେ ଗତ ଡିସେମ୍ବରମାସ ୧୫ ତାରିଖରେ ଗ୍ରାମୀଣ ଡାକ ସେବକ ବେତନ କମିଟିର ସୁପାରିଶକୁ ଅର୍ଥ ବିବାଗ ମଞ୍ଜୁରୀ ଦେଇଥିବାରୁ ଏଥି ନିମନ୍ତେ ବୈଠକରେ ଆନନ୍ଦ ପ୍ରକାଶ ପାଇଥିଲା। ବୈଠକରେ ସଙ୍ଘର କୋଷାଧ୍ୟକ୍ଷ ରଜନୀକାନ୍ତ ନାୟକ, ଦେବେନ୍ଦ୍ର କୁମାର ଧଳ, ହରିଶ ଚନ୍ଦ୍ର ଦାସ, ବିଜୟ କୁମାର ଦାସ, ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ସୁରେନ୍ଦ୍ର ବାରିକ, ଅଖିଳ କୁମାର ସାମଲ, ପଦ୍ମଲୋଚନ ପଣ୍ଡା, ନାରାୟଣ ଲେଙ୍କା ପ୍ରମୁଖ ବକ୍ତବ୍ୟ ରଖିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top