ଓଡ଼ିଶା

ଅଖିଳ ଭାରତ କଂଗ୍ରେସ କମିଟି ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ ମତ୍ସ୍ୟ ଜୀବୀ କଂଗ୍ରେସର ରାଜ୍ୟ ଓ ଜିଲା କାର୍ଯ୍ୟକର୍ତ୍ତା ନିଯୁକ୍ତ

ଭୁବନେଶ୍ୱର ୧୪-୧ (ଓଡ଼ିଆ ପୁଅ) ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନଙ୍କ ସୁପାରିଶ କ୍ରମେ ଅଖିଳ ଭାରତ ମତ୍ସ୍ୟଜୀବୀ କଂଗ୍ରେସର ଅଧ୍ୟକ୍ଷ ଶ୍ରୀ ଟି.ଏନ୍. ପ୍ରଥାପନ୍ ଓଡିଶା ପ୍ରଦେଶ ମତ୍ସ୍ୟଜୀବୀ କଂଗ୍ରେସର ରାଜ୍ୟ କାର୍ଯ୍ୟକାରୀ କମିଟି ଏବଂ ୨୯ ଗୋଟି ଜିଲ୍ଲା ସଭାପତିଙ୍କ ନାମ ତାଲିକାକୁ ଅନୁମୋଦନ କରିଛନ୍ତି। ଗତ ଅକ୍ଟୋବର ମାସରୁ ପ୍ରଦେଶ ମତ୍ସ୍ୟଜୀବୀ କଂଗ୍ରେସର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଇତି ମଧ୍ୟରେ ଅଖିଳ ଭାରତ ମତ୍ସ୍ୟଜୀବୀ କଂଗ୍ରେସ ଦ୍ୱାରା ଆହୁତ ସମ୍ମିଳନୀରେ ଓଡିଶାର ତିନି ଜଣ ପ୍ରତିନିଧି ଯୋଗ ଦେଇଛନ୍ତି। ଓଡିଶାରେ ମତ୍ସ୍ୟଜୀବୀମାନଙ୍କ ସୁରକ୍ଷା ଓ ବିକାଶ ନେଇ ରାଜ୍ୟପାଳଙ୍କୁ ଦାବିପତ୍ର ଦିଆଯାଇଛି। ପ୍ରଦେଶ ମତ୍ସ୍ୟଜୀବୀ କଂଗ୍ରେସ ତରଫରୁ ରାଜ୍ୟ ସ୍ତରୀୟ ମତ୍ସ୍ୟଚାଷ ସପ୍ତାହ ମଧ୍ୟ ପାଳନ କରାଯାଇଛି।

ଅଖିଳ ଭାରତ କଂଗ୍ରେସ କମିଟିର ସଭାପତି ଶ୍ରୀ ରାହୁଲ ଗାନ୍ଧୀ ଓଡିଶାର ତିନିଜଣ ବରିଷ୍ଠ ତଥା ଅଭିଜ୍ଞ ମତ୍ସ୍ୟଜୀବୀଙ୍କୁ ଅଖିଳ ଭାରତ ମତ୍ସ୍ୟଜୀବୀ କଂଗ୍ରେସର କାର୍ଯ୍ୟକାରୀ କମିଟିରେ କାର୍ଯ୍ୟକର୍ତ୍ତା ଭାବେ ମନୋନୀତ କରିଛନ୍ତି। ଗଞ୍ଜାମ ଜିଲ୍ଲାର ପୂର୍ବତନ ବିଧାୟକ ଶ୍ରୀ ତ୍ରିନାଥ ବେହେରାଙ୍କୁ ଉପାଧ୍ୟକ୍ଷ, ସୋନପୁର ଜିଲ୍ଲାର ଯୁବନେତା ଶ୍ରୀ ସୁରଜ ବାଗ୍ଙ୍କୁ ସଂପାଦକ ଏବଂ ଜଗତସିଂହପୁର ଜିଲ୍ଲାର ଶ୍ରୀ ସୁଧାକର ଖଟୁଆଙ୍କୁ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ଅଖିଳ ଭାରତ ମତ୍ସ୍ୟଜୀବୀ କଂଗ୍ରେସରେ ନିଯୁକ୍ତିି ମିଳିଛି। ସେହିପରି ଓଡିଶା ପ୍ରଦେଶ ମତ୍ସଜୀବୀ କଂଗ୍ରେସର ରାଜ୍ୟ କମିଟିରେ ଉପସଭାପତି ଭାବେ ରତ୍ନାକର ବେହେରା, ଭିକାରୀ ଚରଣ ମଲ୍ଲିକ, ପଞ୍ଚାନନ ମଲ୍ଲିକ ଓ ମୋତି କୈବର୍ତ୍ତ, ସାଧାରଣ ସଂପାଦକ ଭାବେ କୈଳାସ ଚନ୍ଦ୍ର ସେଠୀ, ଉର୍ମିଳା ମାଝୀ, ନାରାୟଣ ବେହେରା, ପ୍ରହଲ୍ଲାଦ ବେହେରା, ନୃସିଂହ ବେହେରା, ପବିତ୍ର ଧୀବର, କୈଳାସ ମହାଳିକ, ଦୟାନନ୍ଦ ଗୟା, ଅଶୋକ ବେରିହା ଏବଂ କୋଷାଧ୍ୟକ୍ଷ ଭାବେ କାଳନ୍ଦୀ ମାଝୀଙ୍କ ସମତେ ବିଭିନ୍ନ ଜିଲାରୁ ୩୧ଜଣ ମତ୍ସ୍ୟଜୀବି ନେତାଙ୍କୁ ପ୍ରଦେଶ ସଂଗଠନର କାର୍ଯ୍ୟକାରୀ ସଦସ୍ୟଭାବେ ନିଯୁକ୍ତି ଦିଆଯାଇଛି। କଂଗ୍ରେସର ୩୩ ଗୋଟି ସାଂଗଠାନିକ ଜିଲ୍ଲା ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୨୯ ଗୋଟି ଜିଲ୍ଲା ପାଇଁ ଯଥା ପ୍ରଶାନ୍ତ ଦଳବେହେରା-ଅନୁଗୁଳ, ଶମ୍ବୁ ମାଝୀ-ବାଲେଶ୍ୱର, ପ୍ରଦୀପ ବେହେରା-ବରଗଡ଼, ପ୍ରଦ୍ୟୁମ୍ନ ଦାସ-ଭଦ୍ରକ, ଜମ୍ବେଶ୍ୱର ମଲ୍ଲିକ-ଭୁବନେଶ୍ୱର, ନବ କୁମାର ନାୟକ- ବଲାଙ୍ଗିର, ନିରାକାର ବେହେରା-ବୌଦ, ଜଗନ୍ନାଥ ଧୀବର-ଦେବଗଡ଼, ଦଃଶାସନ ଦଳେଇ-ଢ଼େଙ୍କାନାଳ, ପାଣ୍ଡବ ଜାଲି-ଗଞ୍ଜାମ, କାସିମ କୋଟା କ୍ରିର୍ଷ୍ଣା-ଗଜପତି, ଜୟଦେବ ରାଉତ-ଜଗତସିଂହପୁର, ଏକାଦଶୀ ସେଠୀ-ଯାଜପୁର, ନରେନ୍ଦ୍ର ତିହିଡ଼ିଆ-ଝାରସଗୁଡ଼ା, ଅଲେଖ କୈବର୍ତ୍ତ-କଳାହାଣ୍ଡି, ଦୀପକ ପ୍ରସାଦ ବେହେରା- କନ୍ଧମାଳ, କ୍ଷୀରୋଦ ବେହେରା-କେନ୍ଦ୍ରାପଡ଼ା, ଭାଗୀରଥି ବେହେରା-କୋରାପୁଟ, ତୁଷାରକାନ୍ତ ବେହେରା- ମୟୁରଭଞ୍ଜ, ଜି ବାବୁ ରାଓ-ମାଲକାନାଗିରି, ପ୍ରଦୀପ ରାୟ-ନବରଙ୍ଗପୁର, ବନବାସ ପାର୍କର-ନୂଆପଡ଼ା, ଭୀମସେନ ଘଡ଼େଇ- ନୟାଗଡ଼, ପ୍ରମୋଦ ବେହେରା- ପୁରୀ, କୌଶଲ୍ୟା ଆପୁଲ ସ୍ୱାମୀ-ରାୟଗଡ଼ା, ସିଦ୍ଦେଶ୍ୱର ମଲ୍ଲିକ-ରାଉରକେଲା, ଶରତ ବେରିହା-ସମ୍ବଲପୁର ଓ ସନାତନ ମହାଲିଙ୍ଗଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମତ୍ସ୍ୟଜୀବୀ କଂଗ୍ରେସ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ମତ୍ସ୍ୟଜୀବୀ କଂଗ୍ରେସର କାର୍ଯ୍ୟକର୍ତ୍ତା ଭାବେ ଏହି ନିଯୁକ୍ତି ଦିଆଯାଇଥିବା ବେଳେ ଅବଶିଷ୍ଟ ଜିଲ୍ଲାଗୁଡିକରେ ଖୁବ୍ଶୀଘ୍ର ସଭାପତି ନିଯୁକ୍ତି ଦିଆଯିବ।

ରାଜ୍ୟ ମତ୍ସ୍ୟଜୀବୀ କଂଗ୍ରେସର କାର୍ଯ୍ୟକାରୀ କମିଟି ବୈଠକ ଜାନୁୟାରୀ ଶେଷସୁଦ୍ଧା ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବ। ଏଥିରେ ଅଖିଳ ଭାରତ ମତ୍ସଜୀବୀ କଂଗ୍ରେସର ଅଧ୍ୟକ୍ଷ ଶ୍ରୀ ଟି.ଏନ୍. ପ୍ରଥାପନ୍ ଏବଂ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନଙ୍କୁ ଯୋଗଦେବା ପାଇଁ ଅନୁରୋଧ କରାଯିବ। ଗତ ୟୁପିଏ ସରକାର ସମୟରେ ଓଡିଶାରେ ବସବାସ କରୁଥିବା ମତ୍ସ୍ୟଜୀବୀମାନଙ୍କର ଥଇଥାନ, ସାମାଜିକ ଓ ଆର୍ଥିକ ବିକାଶ ପାଇଁ ପ୍ରଣୟନ କରାଯାଇଥିବା ଲୋକପ୍ରିୟ ଯୋଜନାଗୁଡିକୁ କାର୍ଯ୍ୟକାରୀ କରିବାରେ ନବୀନ ପଟ୍ଟନାୟକଙ୍କ ସରକାର ଅବହେଳା ପ୍ରଦର୍ଶନ କରିଥିବାରୁ ତାହା ବିରୁଦ୍ଧରେ ପ୍ରଦେଶ ମତ୍ସ୍ୟଜୀବୀ କଂଗ୍ରେସର ରାଜ୍ୟ ବ୍ୟାପୀ ଆନ୍ଦୋଳନ କରାଯିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top