ଗଞ୍ଜାମ

ଅଖିଳ ଭାରତୀୟ କିଶାନ ମଜଦୂର ସଭା ତରଫରୁ ଧରାକୋଟ ବ୍ଲକ ଘେରାଉ

ଆସିକା : ୧୨/୧୧ (ଓଡିଆ ପୁଅ /ଲଡୁ କିଶୋର ଦାସ) ଆଜି ଅଖିଳ ଭାରତୀୟ କିଶାନ ମଜଦୂର ସଭା ତରଫରୁ ଧରାକୋଟ ମେଡିକାଲ ଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଧରାକୋଟ ତହସିଲ ଓ ବ୍ଲକ କାର୍ଯ୍ୟ।ଳୟ ସମୁଖରେ ଧାରଣା ଦେବା ସହ ବିକ୍ଷେ।ଭ କରାଯାଇଥିଲା ।

ଅଖିଳ ଭାରତୀୟ କିଶାନ ମଜଦୂର ସଭାର ଜାତୀୟ ସମ୍ପାଦକ ଭାଲ ଚନ୍ଦ୍ର ଷଡଙ୍ଗୀ ଓ ବ୍ଲକ ସଭାପତି ଦୟାନିଧି ସେଠି ଆହ୍ଵାନ୍ କ୍ରମେ ବଳରାମପୁର,ସାବା,ମାଣିକ୍ୟପୁର,ମଛାକୋଟ,ବାହାରପୁର ପଞ୍ଚାଯତରୁ ପ୍ରାୟ ୫୦୦ରୁ ଉର୍ଦ୍ଧ ଚାଷୀ,ଆଦିବାସୀ,ସାଧାରଣ ମହିଳା ଓ ପୁରୁଷ ଭାଗ ନେଈ ୧୧ ଦଫା ସମ୍ବଳିତ ଦାବି ପତ୍ର ଧରାକୋଟ ତହସିଲଦାର ପ୍ରଦାନ କରିଥିଲେ । ବାତ୍ୟା କ୍ଷତିଗ୍ରସ୍ତ ସବୁ ଚାଷୀଙ୍କୁ କ୍ଷତିପୂରଣ ଦିଆଯାଉ,ସରକାରୀ ଜମିରେ ଘର ଓ ଚାଷବାସ କରିଥିବା ବାତ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଉ,ଜଙ୍ଗଲ ଜମି ପଟ୍ଟା ପାଇଥିବା ସମସ୍ତ କ୍ଷତିଗ୍ରସ୍ତ ଲୋକଙ୍କୁ ଘରଭଙ୍ଗା ଓ ଫସଲ କ୍ଷତିପୂରଣ ପ୍ରଦାନ କରାଯାଉ,ବାତ୍ୟାଦ୍ଵାରା କ୍ଷତିଗ୍ରସ୍ତ ସମସ୍ତ ରାସ୍ତା,ପୋଲ ଓ ପୋଖରୀର ପୁନଃ ମରାମତି ଓ ନିର୍ମାଣ କରାଯାଉ ,ବାତ୍ୟା କ୍ଷତିଗ୍ରସ୍ତ କାଜୁ ଓ ଅନ୍ୟାନ ଫସଲ ପୁନଃରୁଧାର ପାଇ ମନରେଗା ଯୋଜନାରେ କାମ ଯୋଗାଇ ଦିଆଯାଉ ,ବ୍ଲକର ସମସ୍ତ ଭୂମିହୀନ ଓ ଗୃହହୀନଙ୍କୁ ଯଥାଶୀଘ୍ର ଜମି ତଥା ଘରଡିହ ପଟ୍ଟା ପ୍ରଦାନ କରାଯାଉ ,ଜଙ୍ଗଲ ଜମିରେ ଚାଷବାସ କରୁଥିବା ଆଦିବାସୀ ଓ ଅନ୍ୟ ବାନବାସୀ ଜଙ୍ଗଲ ଅଧିକାର ପଟ୍ଟା ପ୍ରଦାନ କରାଯାଉ ,ତହସିଲର ପ୍ରସ୍ତ।ବିତ ବିଭିନ୍ନ ଜଙ୍ଗଲ ଗ୍ରାମକୁ ରାଜସ୍ଵ ଗ୍ରାମରେ ପରିବର୍ତନ କରାଯାଉ ,ସମସ୍ତ ବୃଦ୍ଧା /ବୃଦ୍ଧି/ବିକଳାଙ୍କ/ବିଧବାଙ୍କୁ ସର୍ବନିମ୍ନ ମାସିକ ତିନି ହଜାର ଟଙ୍କା ପେନସେନ ଦିଆଯାଉ ,ରାସନକାର୍ଡ ପାଇନଥିବା ସବୁ ଗରିବ ଲୋକଙ୍କୁ ତୁରନ୍ତ ରାସନକାର୍ଡ ପ୍ରଦାନ କରାଯାଉ ,ସମସ୍ତ ଗୃହହିନ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ୟ।ନ ଯୋଜନାରେ ଗୃହ ଯୋଗାଇ ଦିଆଯାଉ ।

ଆଜିର ଶୋଭାଯାତ୍ରା ବେଳେ AIKMSର ରାଜ୍ୟ ରାଜ୍ୟ କମିଟି ସଭ୍ୟ ପ୍ରତାପ ନାୟକ ,ଜିଲ୍ଲା ସମ୍ପାଦକ ପୀତବାସ ପ୍ରଧାନ ,ଜିଲ୍ଲା କମିଟି ସଭ୍ୟ ଲଡୁ କିଶୋର ଡାକୁଆ ,ନିମିନା ମଣ୍ଡଳ ଅର୍ଜୁନ ଗମାଙ୍ଗ ,ସୁଜନ ମଣ୍ଡଳ ,ଅରକ୍ଷିତ ମଣ୍ଡଳ,ଜାକମ ମଣ୍ଡଳ ,କେଶବ କାର୍ଜୀ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ତୀବ୍ର ସମାଲୋଚନା କରିଥିଲେ ।ଏହା ପରେ ବ୍ଲକ ଅଫିସ ଯାଇ ବିଡିଓ ସହ ଆଲୋଚନା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top