ଅଖିଳ ଓଡ଼ିଶା ହଜ୍ ତାଲିମ ଶିବିର ୨୦୧୭

ଭଦ୍ରକ, ତା୧୦ା୭ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକସ୍ଥିତ ମଦିନା ମଇଦାନ ଠାରେ ଭଦ୍ରକ ହଜ୍ ଟ୍ରେନିଂ କମିଟି ପକ୍ଷରୁ ୨୦୧୭ ରେ ପବିତ୍ର ହଜ୍ ଯାତ୍ରାପାଇଁ ଯାଉଥିବା ଯାତ୍ରୀମାନଙ୍କ ପାଇଁ ଦୁଇଦିନିଆ ହଜ୍ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରଶିକ୍ଷଣ ଶିବିରରେ ଓଡ଼ିାାର ସୁନାମଧନ୍ୟ ଧର୍ମଗୁରୁ ମୁଫତି ସୈୟଦ ଅବଦୁଲ ମସଜୁଦ୍ ହବୀବୀ ଓ ମୌଲାନା ମହମ୍ମଦ ହନୀଫ୍ ହଜ୍ ଯାତ୍ରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏବଂ ସୈଦୟ ଅବଦୁସ୍ ସୁବବୁହ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଦେଇଥିଲେ । ଏହି ଶିବିରରେ ମାଛ ବ୍ୟବସାୟୀ ହାଜୀ ମୀରଜା ଇସଲାମ ବେଗ, ହାଜୀ ଶେଖ ସିରାଜ ଏବଂ ସଲିମ୍ ଖାଁଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା । ଭଦ୍ରକ ହଜ୍ ଟ୍ରେନିଂ କମିଟିର ସଭାପତି ହାଜୀ ସେକ୍ ସୁଲତାନ, ସଂପାଦକ ଅସରଫ ଅଲ୍ଲୀ ଖାଁ, କାଉନସିଲର, ସମାଜସେବୀ ହାଜୀ ସେକ୍ ମହମ୍ମଦ ଫାରୁ, ହାଜୀ ସେକ୍ ଅନୱାର ହୋସେନ, ହାଜୀ ଅବଦୁଲ କାଶିମ ଖାଁ, ହାଜୀ ସେକ୍ ଆଲ୍ଲାଉଦ୍ଦିନ, ଅଧ୍ୟାପକ ସେକ ନାସିର ବକ୍ସ, ଆଇନ୍ଜୀବୀ ସେକ୍ ଜୁଲଫୁକାର, ମୀରଜା ଏକ୍ରାମ ବେଗ, ମୀରଜା ଇନାମ ବେଗ, ସେକ୍ ରିୟାଜୁଦ୍ଦିନ, ମୁସ୍ତାକ ଖାଁ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଓଡ଼ିଶା ରାଜ୍ୟରୁ ବିଭିନ୍ନ ଜିଲାରୁ ୧୨୦ ଜଣ ହଜ୍ ପାଇଁ ଯାଉଥିବା ହଜ୍ ଯାତ୍ରୀ ଏହି ପ୍ରଶିକ୍ଷଣ ପାଇଁ ଉପସ୍ଥିତ ଥିଲେ । ଆଜିକୁ ୨୦ ବର୍ଷ ହେଲା ଭଦ୍ରକ ହଜ୍ ଟ୍ରେନିଂ କମିଟି ଦ୍ୱାରା ପ୍ରତ୍ୟେକ ବର୍ଷ ଯାଉଥିବା ହଜ୍ ଯାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଆସୁଅଛି ।

Leave a Reply

Your email address will not be published. Required fields are marked *