ଅକ୍ଷୟ ସଙ୍ଗୀତ ସମାରୋହ ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା ୯-୧୧ (ଓଡ଼ିଆ ପୁଅ/ଶିବରାମ ପାତ୍ର): ସଙ୍ଗୀତ ଜଗତର ମୁକୁଟ ବିହୀନ ସମ୍ରାଟ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ସ୍ମୃତି ଉଦେ୍ଦ୍ୟଶରେ ଅକ୍ଷୟ ମହାନ୍ତି ଟ୍ରଷ୍ଟ ପକ୍ଷରୁ ୧୫ ତମ ଅକ୍ଷୟ ସଙ୍ଗୀତ ସମାରୋହ ପାଇଁ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇ ଯାଇଛି। ଏହି ସମାରୋହ ଆଗାମୀ ୧୭ ତାରିଖ ଦିନ ସେକ୍ଟର-୭ କମ୍ୟୁନିଟି ସେଂଟର ଠାରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମକୁ ନୂତନ ଭାବରେ ପରିଚାଳନା କରିବା ପାଇଁ କମିଟି ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି। ଚଳିତ ବର୍ଷ ବହୁ ପ୍ରତୀକ୍ଷିତ ଅକ୍ଷୟ ମହାନ୍ତିଙ୍କ ଗୀତକାତାର ଉନ୍ମୋଚନ ପରେ ଅକ୍ଷୟ ସଙ୍ଗୀତ ସମାରୋହ ୨୦୧୭ ଆରମ୍ଭ କରାଯିବ। ଅକ୍ଷୟ ମହାନ୍ତିଙ୍କ ସୁପୁତ୍ର ମିତ୍ରଭାନୁ ମହାନ୍ତି, ସମତେ ଓଡିଆ ସଙ୍ଗୀତ ଓ ଚଳଚିତ୍ର ଜଗତର ପ୍ରତିଷ୍ଠିତ କଳାକାର ଅକ୍ଷୟ ମହାନ୍ତିଙ୍କ ଅଭୁଲା ସଙ୍ଗୀତ ପରିବେଷଣ କରିବେ। ଏହି ପ୍ରସ୍ତୁତି ବୈଠକରେ ଉପସ୍ଥିତ ଥିବା କର୍ମକର୍ତା ମାନଙ୍କ ମଧ୍ୟରେ ସମୀର ଦାସ, ଜୁଲି ଜେନା, ସମୀର ସେନାପତି, ସମରଜିତ ମହାନ୍ତି, ସଂଜୟ ଜେନା, ଚିନ୍ମୟ ଚୌଧୁରୀ, ସୁଦର୍ଶନ ଜେନା, କଳାକାର ନାୟକ, ଦେବୀପଦ ମିଶ୍ର, ଆର୍ତଭଂଜନ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *