ଅକ୍ଷୟ ଶକ୍ତି କ୍ଷେତ୍ରରେ ସହଯୋଗ ଲାଗି ଭାରତ, ଗୁଏନା ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ ୨୨-୩ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅକ୍ଷୟ / ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ଗୁଏନା ମଧ୍ୟରେ ବୁଝାମଣାକୁ ଅନୁମୋଦନ ମିଳିଛି। ୩୦ ଜାନୁଆରୀ, ୨୦୧୮ରେ ଦିଲ୍ଲୀରେ କେନ୍ଦ୍ର ଶକ୍ତି ଏବଂ ନୂତନ ଓ ଅକ୍ଷୟ ଶକ୍ତି (ସ୍ୱାଧିନ) ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଆର.କେ.ସିଂହ ଏବଂ ଗୁଏନାର ଦ୍ୱିତୀୟ ଉପରାଷ୍ଟ୍ରପତି ତଥା ବିଦେଶ ମନ୍ତ୍ରୀ ମହାମହିମ ଶ୍ରୀ କାର୍ଲ ବି ଗ୍ରିନିଜଙ୍କ ଦ୍ୱାରା ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।

ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ ଉଭୟ ଦେଶ ମଧ୍ୟରେ ଆପୋସ ଲାଭ, ସମାନତା ଏବଂ ପାରସ୍ପରିକ ବିନିମୟ ଆଧାରରେ ନୂତନ ଏବଂ ଅକ୍ଷୟ / ନବୀକରଣଯୋଗ୍ୟ ଶକ୍ତି ପ୍ରସଙ୍ଗରେ ବୈଷୟିକ ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ଦିଆଯିବ। ଏଥିପାଇଁ ସହକାରୀ ସଂସ୍ଥାଗତ ସମ୍ପର୍କରେ ଢ଼ାଂଚା ପ୍ରସ୍ତୁତ କରାଯିବ। ବୁଝାମଣାପତ୍ରରେ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରିବା ପ୍ରସ୍ତାବ ରହିଛି। ଏହାଦ୍ୱାରା ସହଯୋଗ ସମ୍ବନ୍ଧୀୟ ବିଷୟଗୁଡିକର ସମୀକ୍ଷା, ଅନୁଧ୍ୟାନ କରାଯାଇପାରିବ ଏବଂ ତାହା ଉପରେ ବିଚାର-ବିମର୍ଶ କରାଯାଇପାରିବ। ବୁଝାମାଣାପତ୍ରରେ ବିଶେଷଜ୍ଞଙ୍କ ମଧ୍ୟରେ ବିନିମୟ ଏବଂ ସୂଚନା ନେଟୱାର୍କିଂର ବ୍ୟବସ୍ଥା ରହିଛି। ଏହି ବୁଝାମଣାପତ୍ର ଦ୍ୱାରା ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ ହେବ।

Leave a Reply

Your email address will not be published. Required fields are marked *