ଆନ୍ତର୍ଜାତୀୟ

ଅକ୍ଷୟ ଶକ୍ତି କ୍ଷେତ୍ରରେ ଭାରତ, ଇଟାଲୀ ସହଯୋଗ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ ୩/୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅକ୍ଷୟ/ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ଭାରତ ଏବଂ ଇଟାଲୀ ମଧ୍ୟରେ ହୋଇଥିବା ବୁଝାମଣାପତ୍ର (ଏମଓୟୁ)କୁ ଅନୁମୋଦନ ମିଳିଛି। ଏହି ଏମଓୟୁ ୩୦ ଅକ୍ଟୋବର, ୨୦୧୭ରେ ନୂଆଦିଲ୍ଲୀରେ ସ୍ୱାକ୍ଷରିତ ହୋଇଥିଲା। ଏଥିରେ ଭାରତ ସରକାରଙ୍କ ନବୀନ ଏବଂ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟର ସଚିବ ଶ୍ରୀ ଆନନ୍ଦ କୁମାର ଏବଂ ଭାରତରେ ଅବସ୍ଥାପିତ ଇଟାଲୀ ରାଷ୍ଟ୍ରଦୂତ ଲୋରେଞ୍ଜୋ ଆଞ୍ଜେଲିନୀ ସ୍ୱାକ୍ଷର କରିଥିଲେ।

ଆପୋସ ଲାଭ, ସମାନତା ଏବଂ ପାରସ୍ପରିକ ସହଯୋଗ ଆଧାରରେ ନବୀନ ଏବଂ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ବୈଷୟିକ ଓ ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ଦେବା ଲାଗି ଭାରତ ଏବଂ ଇଟାଲୀ ରାଜି ହୋଇଛନ୍ତି। ଏଥିପାଇଁ ଏକ ସହକାରୀ ସଂସ୍ଥାଗତ ସମ୍ପର୍କ ପ୍ରତିଷ୍ଠା କରିବା ନିମନ୍ତେ ଏକ ଉଚିତ ଆଧାର ପ୍ରତିଷ୍ଠା କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଏହି ଏମଓୟୁରେ ସହଯୋଗ ସହ ଜଡ଼ିତ ପ୍ରସଙ୍ଗଗୁଡ଼ିକର ସମୀକ୍ଷା, ଅନୁଧ୍ୟାନ ଏବଂ ବିଚାରବିମର୍ଷ କରିବା ଲାଗି ଏକ ମିଳିତ କାର୍ଯ୍ୟକାରୀ ସମିତି ଗଠନ କରିବା ଲାଗି ପରିକଳ୍ପନା କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ଦୁଇ ଦେଶ ମଧ୍ୟରେ ବିଶେଷ ଜ୍ଞାନର ମତ ବିନିମୟ ଏବଂ ସୂଚନାର ନେଟୱାର୍କିଂ କରିବା। ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗକୁ ମଧ୍ୟ ସହାୟତା ମିଳିପାରିବ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top