ଅନୁଗୁଳ

ଅକ୍ଷୟ ମହାନ୍ତି ସ୍ମୃତି ୱେଲଫେୟାର ସୋସାଇଟିର ୭ମ ବାର୍ଷିକୋତ୍ସବ ପାଳିତ

ତାଳଚେର, ୧୮/୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅକ୍ଷୟ ମହାନ୍ତି ସ୍ମୃତି ୱେଲଫେୟାର ସୋସାଇଟିର ୭ମ ବାର୍ଷିକୋତ୍ସବ ୨ ଦିନ ଧରି ତାଳଚେର ଫାଷ୍ଟ ଗେଟ୍ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ତଥା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଉଦ୍ୟାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅକ୍ଷୟ ମହାନ୍ତି ସ୍ମୃତି ୱେଲଫେୟାର ସୋସାଇଟିର ସମସ୍ତ ସଭ୍ୟ/ସଭ୍ୟା ମାନଙ୍କର ବିଭିନ୍ନ ସାମାଜିକ କାର୍ଯ୍ୟକୁ ସାଧୁବାଦ ଜଣାଇବାସହ ଓଡ଼ିଆ ସଙ୍ଗୀତ ଜଗତର କିମ୍ବଦନ୍ତୀ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ନାମରେ ହୋଇ ଯାଇଥିବା ବିଭିନ୍ନ କାର୍ଯ୍ୟ ତଥା ସମାଜର ବିଭିନ୍ନ ବର୍ଗରୁ ଯୁବ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେହିଭଳି ଉଦ୍ଘାଟନୀ ସଂଧ୍ୟାରେ ମୁଖ୍ୟ ଅତିଥିଭାବେ ପାଲଲହଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହେଶ ସାହୁ ଯୋଗଦେଇ ସମାଜର ଅସହାୟ, ଅବହେଳିତଙ୍କ ସେବା ହିଁ ସ୍ମୃତି କମିଟିର ଆଦର୍ଶ ହେଉ ଏବଂ ଏଥିପାଇଁ ଯୁବକ ମାନେ ଆଗକୁ ଆସିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥିଭାବେ ତାଳଚେର ନଗରପାଳ ପବିତ୍ର ଭୂତିଆ, ତାଳଚେର ଏସ୍.ଡି.ପି.ଓ ହେମନ୍ତ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଅକ୍ଷୟ ମହାନ୍ତି ନିଜର କାଳଜୟୀ ସଂଗୀତ ଯୋଗୁଁ ଚିରସ୍ମରଣୀୟ ହୋଇ ରହିବେ ଓ ସୋସାଇଟି ବିଗତ ୭ବର୍ଷ ଧରି ସାଂସ୍କୃତିକ ଉତ୍ସବ ମାଧ୍ୟମରେ ଯେଉଁ କାର୍ଯ୍ୟ କରିଛନ୍ତି ତାହା ଓଡ଼ିଶାର ଅକ୍ଷୟ ପ୍ରେମୀଙ୍କ ପାଇଁ ଉଦାହରଣ ହୋଇରହିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ସିତିକାନ୍ତ ବାରିକ ବୀବରଣୀ ପାଠ କରିଥିବା ବେଳେ ସମ୍ପାଦକ ତଥା ସଂଯୋଜକ ଜିତେନ୍ଦ୍ର ମହାପାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜ୍ଞାନେଶ୍ୱର ସାହୁ, ମାନସ କୁମାର ନାଏକ, ଜମ୍ବେଶ୍ୱର ପଟ୍ଟନାୟକ, ଉତର ସେନ୍, ଗିରିଜା ଭୂଷଣ ସ୍ୱାଇଁ, ସମାଜସେବୀ ମଂଟୁ ମାଝୀ, ଶାନ୍ତନୁ କୁମାର ସାହୁ ପ୍ରମୁଖଙ୍କୁ ବିଧାୟକ ଶ୍ରୀ ପ୍ରଧାନ ସମ୍ବର୍ଦ୍ଧିତ କରିଥିଲେ। ଅନୁଷ୍ଠାନର ଉପସଭାପତି ଜ୍ୟୋତିରଞ୍ଜନ ଦାସ, ଭାଗ୍ୟରଥି ମହାପାତ୍ର, ସହ ସମ୍ପାଦକ ବିନୟ କୁମାର ଦାସ, ସ୍ୱାତି ନନ୍ଦୀ, ସ୍ୱର୍ଣ୍ଣଲତା କର, ସର୍ବେଶ୍ୱର ସାହୁ (ବାବୁ), ଲଳିତ ବଲ୍ଲଭ ରାଉତ, ପ୍ରକାଶ ଦାସ, ବିରଜାଶଙ୍କର ମିଶ୍ର, ଚନ୍ଦନ କୁମାର ସିଂ, ପ୍ରବୀଣ ଦାସ, ଲୁଲୁ ସିଂ, ସମାଜସେବୀ ବାପି ମହାନ୍ତି, ସସ୍ମିତା ମିଶ୍ର ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା। କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଅକ୍ଷୟ ମହାନ୍ତିଙ୍କ ସଂଗୀତ ସଂଧ୍ୟା ‘ସ୍ମୃତି ତୁମେ ଅକ୍ଷୟ’ ଅନୁଷ୍ଠିତ ହୋଇଥିଲା। ସାମ୍ବାଦିକ ତଥା ଗାୟକ ଭାଗ୍ୟରଥୀ ମହାପାତ୍ର ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ଚିର ସବୁଜ ଗୀତ ଉଡ଼ି ଉଡ଼ି ଯା’ରେ ଗୁଡ଼ି…, ପୂର୍ଣ୍ଣ୍ୟର ନଦୀ ତୀରେ…, ଭସା ମେଘ ଭାସି ଯାଏ ଦୂରେ…ଆଦି ଗାଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ସେହିପରି ଅନ୍ୟାନ୍ୟ କଳାକାରଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମରେ ଅକ୍ଷୟଙ୍କ ଅଭୁଲା ଗୀତ ପରିବେଷଣ କରି ଦର୍ଶକଙ୍କୁ ବିମୋହତ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top