ଆମ ପର୍ବ ପର୍ବାଣୀ

ଅକ୍ଷୟ ତୃତୀୟା ଉତ୍ସବ ସହ ଜଙ୍ଗଲ ସୁରକ୍ଷାର ଶପଥ ଗ୍ରହଣ

ହରିଚନ୍ଦନପୁର,ତା ୧୮.୦୪(ଓଡିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଆଦିବାସୀ ବହୁଳ ରେବଣା ପଳାଶପାଳ ଗ୍ରାମ ପଞ୍ଚାୟତର ବୁଢିପଦା ଗ୍ରାମରେ ମା ରିମାବେଡା ଠାକୁରାଣୀ ଅକ୍ଷୟ ତୃତୀୟା ଉତ୍ସବ ପାଳିତ ସହ ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷାର ଶପଥ ଗ୍ରହଣ କରାଯାଇଛି । ସୂଚନା ମୁତାବକ ରେବଣାପଳାଶପାଳ ଗ୍ରାମପଞ୍ଚାୟତର ହଜାର ହଜାର ପୁରୁଷ ଓ ମହିଳା ଏକତ୍ରିତ ହୋଇ ବୁଢିପଦା ଗ୍ରାମରେ ମା ରିମାବେଡା ଠାକୁରାଣୀଙ୍କ ଠାରେ ଅକ୍ଷୟ ତୃତୀୟା ଉତ୍ସବ ପାଳିତ କରିଛନ୍ତି । ଉକ୍ତ ଉତ୍ସବରେ ମା ରିମାବେଡା ଠାକୁରାଣୀଙ୍କ ମନ୍ଦିର ନିର୍ମାଣ ନିମନ୍ତେ ରିମାବେଡା ଜଙ୍ଗଲ ମଧ୍ୟରେ ଜାଗା ନିର୍ଧାରଣ କରାଯାଇ ଭିର୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ରେବଣାପଳାଶପାଳ ଗ୍ରାମପଞ୍ଚାୟତର ସରପଞ୍ଚ ସସ୍ମିତା ମୁଣ୍ଡା ଓ ସମିତି ସଭ୍ୟ ହୃଷିକେଶ ହେମ୍ରରମଙ୍କ ଅଧ୍ୟକ୍ଷତାରେ ସମସ୍ତ କାର୍ଯ୍ୟ ହୋଇଯାଇଛି । ଗ୍ରାମର ଶତାଧିକ ଯୁବକମାନେ ଆସିଥିବା ଭକ୍ତମାନଙ୍କ ପାଇଁ ଅର୍ନ୍ନ ପ୍ରସାଦର ବ୍ୟବସ୍ଥା କରାଇଥିବାର ଜଣାପଡିଛି । ମାଙ୍କ ପୂଜକ ଶଙ୍କରଷଣ ଦେହୁରୀ ମାଙ୍କ ପୂଜା ଅର୍ଚ୍ଚନା ସମ୍ପର୍ଣ କରିଥିଲେ । ବୁଢିପଦା ଗ୍ରାମର ସଂକୀର୍ତନ ମଣ୍ଡଳୀ ଭଜନ କୀର୍ତ୍ତନ କରିଥିଲେ । ପୂଜା ଶେଷ ହେବାପରେ ଜଙ୍ଗଲକୁ ସୁରକ୍ଷା ଦେବାକୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଜଙ୍ଗଲକୁ ସୁରକ୍ଷା ଦେବା ସହ ଜଙ୍ଗଲକୁ ବଞ୍ଚାଇ ରଖିବାର ଶପଥ ଗ୍ରହଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top