ଅଇଁଠାପାଲି ଥାନାରେ ହାଜତ ମୃତ୍ୟୁ ବିରୋଧରେ ବିଜେପିର ବିକ୍ଷୋଭ: ରକ୍ତମୁଖା ବିଜେଡି ଶାସନରେ ସାଧାରଣ ଗରୀବ ଲୋକ ଅସହାୟ : ବିଜେପି

– ସେହି ଯୁବକର କଣ ଭୁଲ ଥିଲା କଣ ସିଏ ଗରିବ ଆଉ ଆଦିବାସୀ ଯୁବକ ଥିଲା ବୋଲି ପୋଲିସ ଏପରି ନିଷ୍ଠୁର କାମ କଲା
– ନିଜେ ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଥିବା ବେଳେ ତାଙ୍କ ବିଭାଗର ପୋଲିସ ସାଧାରଣ ଗରିବ ଲୋକଙ୍କୁ ସୁରକ୍ଷା ଦେବେ କଣ ଓଲଟି ହତ୍ୟା କରିବାକୁ ବି ପଛାଉ ନାହିଁ
– ଜଣେ ଆଦିବାସୀ ଯୁବକକୁ ଏକ ସାଧାରଣ ଅଭିଯୋଗରେ ମଧ୍ୟ ରାତିରେ ଉଠାଇ ଆଣି ନିସ୍ତୁକ ମାଡ ମାରିବା କଣ ପୋଲିସର ପାରିବା ପଣିଆ ?
– କୁନ୍ଦୁଲି ଗଣଦୁର୍ଷମ ମାମଲାରେ ପୋଲିସର ଏହି ସିଂହ ବଳ କୁଆଡେ ଯାଇଥିଲା ?

ଭୁବନେଶ୍ୱର, ୦୯ ଫେବୃୟାରୀ (ଓଡ଼ିଆ ପୁଅ) – ସମ୍ବଲପୁରର ଅଇଁଠାପାଲି ଥାନାରେ ହୋଇଥିବା ହାଜତ ମୃତ୍ୟୁର ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦଳ ପକ୍ଷରୁ କୁହାଯାଇଛି କି ରକ୍ତମୁଖା ବିଜେଡି କୁଶାସନର ଆଉ ଏକ ନଗ୍ନ ନମୁନା ଅଇଁଠା ପାଲିରେ ଘଟିଥିବା ହାଜତ ମୃତ୍ୟୁ ଯେଉଁଥିରେ ଜଣେ ଆଦିବାସୀ ଯୁବକର ହତ୍ୟା କରାଯାଇଛି।

ସେହି ଯୁବକର କଣ ଭୁଲ ଥିଲା ତାକୁ ପୋଲିସ କାହିଁକି ହତ୍ୟା କଲା, କଣ ସିଏ ଗରିବ ଆଉ ଆଦିବାସୀ ଯୁବକ ଥିଲା ବୋଲି କି ବୋଲି ଦଳ ପକ୍ଷରୁ ପ୍ରଶ୍ନ କରାଯାଇଛି।

ଗୃହ ବିଭାଗ ଦାୟିତ୍ୱରେ ନିଜେ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କ ବିଭାଗର ପୋଲିସ ବାବୁମାନେ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବେ କଣ ଓଲଟି ସେମାନେ ସାଧାରଣ ଗରିବ ଲୋକଙ୍କୁ ହତ୍ୟା କରିବାକୁ ବି ପଛାଉ ନାହାନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି।

ଜଣେ ଆଦିବାସୀ ଯୁବକକୁ ଏକ ସାଧାରଣ ଅଭିଯୋଗରେ ମଧ୍ୟ ରାତିରେ ଉଠାଇ ଆଣି ନିସ୍ତୁକ ମାଡ ମାରିବା କଣ ପୋଲିସର ପାରିବା ପଣିଆର ଉଦାହରଣ କି ବୋଲି ବିଜେପି ପ୍ରଶ୍ନ ଉଠାଇଛି। କୁନ୍ଦୁଲି ଗଣଦୁର୍ଷମ ମାମଲାରେ ପୋଲିସର ଏହି ସିଂହ ବଳ କୁଆଡେ ଯାଇଥିଲା ବୋଲି ବିଜେପି ପଚାରିଛି।

କୁନ୍ଦୁଲି ମାମଲାରେ ଜଣେ ଦଳିତ ନାବାଳିକାକୁ ଦୁର୍ଷମ କରିଥିବା ଦୃବୁର୍ତ ମାନଙ୍କୁ ପୋଲିସ ଜାଣିଶୁଣି ଛାଡିଲା କାରଣ ସେହି ଝିଅଟି ଦଳିତ ଥିଲା। ଆଉ ଏବେ ଅଇଁଠାପାଲ୍ଲିରେ ଜଣେ ଆଦିବାସୀ ଯୁବକକୁ ପୋଲିସ ରାତି ୧୧ଟାରେ ଉଠାଇ ଆଣି ରାତି ୧ଟାରେ ତାର ମୃତ୍ୟୁ ହୋଇଯିବା କଥା କହିବା ପୋଲିସର ଆଦିବାସୀ ଦଳିତଙ୍କ ପ୍ରତି ନିଷ୍ଠୁର ମନୋଭାବର ପ୍ରମାଣ ବୋଲି କହିଛି।

ଏହି ପ୍ରତିବାଦ ସମାବେଶରେ ରାଜ୍ୟ ବିଜେପି ଉପ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ହରେକୃଷ୍ଣ ଖୁଂଟିଆ, ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ଉପସଭାପତି ଶ୍ରୀ ଠାକୁର ରଂଜିତ ଦାସ, ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ଉପସଭାପତି ସିକନ୍ଦର ଅଲ୍ଲୀ, ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସାଧାରଣ ସଂପାଦକ ବିଶ୍ୱରଂଜନ ବଡଜେନା, ଭୁବନେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଭିଷେକ ଆଚାର୍ଯ୍ୟ, ଭୁବନେଶ୍ୱର ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ମିନାକ୍ଷୀ ପ୍ରିୟଦର୍ଶିନୀ, ସାଧାରଣ ସଂପାଦିକା ମନ୍ଦାକିନୀ ପାତ୍ର, ଜିଲ୍ଲା ସାଧାରଣ ସଂପାଦକ ସଂଗ୍ରାମ ନାୟକ, ଜିଲ୍ଲା ସାଧାରଣ ସଂପାଦକ ବିଭାସ ସେନଗୁପ୍ତା, ଜିଲ୍ଲା ବିଜେପି ସଂପାଦକ ସଚିକାନ୍ତ ନାୟକ ଏବଂ ଅଚ୍ୟୁତାନନ୍ଦ ରଂଜିତ ପ୍ରମୁଖସାମିଲ ଥିଲେ।

Leave a Reply

Your email address will not be published. Required fields are marked *