ଚାଷି ସଚେତନତା ସମାବେଶ ରବି ଫସଲ ଉପରେ ଗୁରୁତ୍ୱଦେଲେ କେନ୍ଦ୍ରାପଡା ଜିଲ୍ଲାର ବିକାଶ ହୋଇପାରିବ

କେନ୍ଦ୍ରାପଡା ୯/୯(ଲକ୍ଷ୍ମୀକାନ୍ତ ନାୟକ):-ବିହନ, ସାର, ଋଣ, ସବସିଡି, ବୀମାରାଶି ପରି ପ୍ରାପ୍ୟ ଯଥେଷ୍ଟ ପରିମାଣରେ ଚାଷୀ ପାଉନଥିବାରୁ ଚାଷରେ ଲାଭବାନ ହୋଇପାରୁନାହିଁ। କେନ୍ଦ୍ରାପଡା ଜିଲ୍ଲାରେ ଉପାଦନର ୭୦ ପ୍ରତିଶତ ଧାନ ବ୍ୟବହାର କରାଯାଉଛି। ଦୈବି ଦୁର୍ବିପାକ ଧାନ ଫସଲକୁ ଅନେକ ସମୟରେ ନଷ୍ଟ କରି ଦେଉଥିବାରୁ କୃଷକର ମେରୁଦଣ୍ଡ ଭାଙ୍ଗି ଯାଉଛି। ରବି ଫସଲ ଯଥା ଡାଲି, ତୈଳବୀଜ, ପରିବା ଉପରେ ଗୁରୁତ୍ୱଦେଲେ କେନ୍ଦ୍ରାପଡା ଜିଲ୍ଲାର ବିକାଶ ହୋଇପାରିବ ବୋଲି କୃଷକ ବିକାଶ ସମବାୟ ସମିତି ଲିଃ ଆନୁକୁଲ୍ୟରେ ସହରସ୍ଥ ଟାଉନହଲ ଠାରେ ଅନୁଷ୍ଠିତ ·ଷୀ ସଚେତନତା ସମାବେଶରେ ମୁଖ୍ୟ ଅତିଥିଭାବେ ସାଂସଦ ପ୍ରତାପ କେଶରୀ ଦେବ ଯୋଗଦେଇ କହିଛନ୍ତି। କୃଷକ ବିକାଶ ପରିଷଦ ସମିତିର ସଭାପତି ପ୍ରମୋଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟବକ୍ତାଭାବେ କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ ଯୋଗଦେଇ ଜିଲ୍ଲାରେ ପତିତ ଜମିକୁ ·ଷପୋଯୋଗୀ କରିବା ନିମନ୍ତେ ବ୍ୟବସ୍ଥା କରାଯାଉ। ପ୍ରାକୃତିକ ବିପର୍ଯ୍ୟୟରେ କ୍ଷୟକ୍ଷତି ହେଉଥିବା ଫସଲର ସଠିକ୍ ଆକଳନ କରିବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ଇମେଜ ନିର୍ଦ୍ଦେଶକ ସତ୍ୟ ମିଶ୍ର, ରାଇଟସ୍ର ଅଧ୍ୟକ୍ଷ ଗୁରୁ ପ୍ରସାଦ ତ୍ରିପାଠୀ, କେନ୍ଦ୍ରାପଡା ଜିଲ୍ଲା କୃଷି ଉପନିର୍ଦ୍ଦେଶକ ମିତ୍ରୋଦ୍ୱୟ ଦାସ ଯୋଗଦେଇ ବକ୍ତବ୍ୟ ରଖିଥିଲେ। କୃଷି ହେଉଛି ଜୀବନ। କୃଷକ କରିଥିବ ବ୍ୟୟ ହିସାବରେ ଆୟ ପାଉନାହିଁ। ପ୍ରତି ଗ୍ରାମ ପଞ୍ଚାୟତରେ କୃଷି ସଚେତନତା କାର୍ଯ୍ୟ କରାଯାଉ। କୃଷକମାନେ ସେମାନଙ୍କ ନାମ ପଞିକୃତ କରନ୍ତୁ। ଜୈବିକ ସାର ବ୍ୟବହାର କରି ଫସଲ ଅମଳ କରିବାକୁ କହିଥିଲେ। ସଭାପତି ଶ୍ରୀ ସାାହୁ ତାଙ୍କ ବକ୍ତବ୍ୟରେ କହିଲେ ଯେ ଜିଲ୍ଲାରୁ ଜଳ ନିଷ୍କାସନ ଏବଂ ସଠିକ୍ ଚିହ୍ନଟ କରିବାକୁ ଦାବି କରିଥିଲେ। ସମିତି ସମ୍ପାଦକ ଅରବିନ୍ଦ ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ନିର୍ଦ୍ଦେଶକ ନୃସିଂହ ମହାନ୍ତି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ବିଭିନ୍ନ କୃଷିରେ ପାରଦର୍ଶିତା ଅର୍ଜନ କରିଥିବା ୧୦ଜଣ କୃଷକଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ। ଏହି ସଚେତନତା ଶିବିରରେ ଦୁଇ ହଜାରରୁ ଅଧିକ କୃଷକ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *